ସିଧାକଥା-70
ସିଧାକଥା-70
ହୃଦୟ ଭୂମିଟି ଅତ୍ୟନ୍ତ ଉର୍ବର କରିହୁଏ ସବୁ ଚାଷ,
ଫୁଲ ତ ଫୁଟିବ ଫଳ ବି ଫଳିବ ମାଡ଼ି ଯାଇପାରେ ଘାସ |
ଉନ୍ନତ ମାନରେ ମନ ପସନ୍ଦର ଗଛ ଲଗାଇବ ଯିଏ,
ସୁଗନ୍ଧିତ ଫୁଲ ସୁମଧୁର ଫଳ ନିଶ୍ଚୟ ପାଇବ ସିଏ |
ପଡ଼ିଆ ପଡ଼ିଲେ ଅଳିଆ ଢ଼ାଳିଲେ ମାଡ଼ିଯିବ କଣ୍ଟାବୁଦା,
ସମାଜ ଆମକୁ ଧିକ୍କାର କରିବ ଦେଇ ଅପମାନ ନିନ୍ଦା |
ଆମ ଜୀବନରେ ଚଲାପଥେ ସଦା ସୁଖ-ଦୁଃଖ ତ ଆସିବ,
ଉଦ୍ଦେଶ୍ୟ ନିଶ୍ଚୟ ସବୁବେଳେ ଭଲ ଈଶ୍ୱରଙ୍କ ଇଚ୍ଛା ଥିବ |
ଚେହେରା ସଜାକୁ ଦେଖିଲେ କାହାର ଫୁଲିଉଠେ ଆମ ଛାତି,
ସୁନ୍ଦର ଭାବନା ଶୁଦ୍ଧ ଚେତନାକୁ ଦେଖନ୍ତି ଈଶ୍ୱର ନିତି |
ନମୁନା ଦେଖାଇ କହିବା ସହଜ-ତାଙ୍କ ପରି ତୁମେ ହୁଅ,
ନିଜେ କିନ୍ତୁ ଉଦାହରଣ ହୋଇବା ଏତେଟା ସହଜ ନୁହଁ |
