Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା-50 ଲୋକହସା ହେବା

ସିଧାକଥା-50 ଲୋକହସା ହେବା

1 min
184



ନିଜ ଭାଷାରେ ଯେ କହେନା କଥା,

ଭାଷା ସୁରକ୍ଷାରେ ହେଉଛି ନେତା |

ପିଲାଙ୍କୁ ପଢ଼ାଏ ଅନ୍ୟ ଭାଷାରେ,

ଭାଷାପ୍ରେମ କଥା କହେ ନିଶାରେ |



ତମେ ସବୁ ମୂର୍ଖ ମୁଁ ଜଣେ ଜ୍ଞାନୀ,

ପରକୁ ଶୁଣାଏ ମହତବାଣୀ |

ନିଜଘରଟିକୁ ସଜାଡ଼େ ନାହିଁ,

ସାହିତ୍ୟ ସଭାର ମାଡେ଼ନା ଛାଇ |

ମାତୃଭାଷା ପ୍ରେମୀ ତାଙ୍କୁ କହିଲେ,

ମିଡିଆରେ ଛବି ଶୋଭା ପାଇଲେ |

ଜଗତେ କେବଳ, ଲୋକହସା ହେବା ତାହାର ଫଳ |



ଭାଗ୍ୟଵଳେ କିବା କୋଟାର ବଳେ,

ଚାକିରୀ ପାଇଲେ ସର୍କାରୀ କଳେ |

ଦରମା ପାଇଲେ ଯାହାକୁ ଯେତେ,

ଗରିବ ଦେଖିଲେ ମାରିବ ନାତେ |


ଲାଞ୍ଚ ପାଉଥିଲେ କରିବ କାମ,

ଧରା ପଡ଼ିଗଲେ କରମ ବାମ |

ସେବାଠାରୁ ନେବା କରେ ଯେ ଚିନ୍ତା,

ଭାବେ ସେ ଦେଶର ଭାଗ୍ୟ ବିଧାତା |

 ଅଫିସର ବୋଲି କହିଲେ ତାକୁ,

ପାପ ଲାଗିଯିବ ଆମ ଦେଶକୁ |

ଜଗତେ କେବଳ, 

ଜନେ ହସିବେ ଏହି ତହୁଁ ଫଳ |



ପ୍ରତିଶ୍ରୁତି ଦେଇ ଭୋଅଟ ମାଗେ,

ପ୍ରତିବାଦ କଲେ ବହୁତ ରାଗେ |

ଗଣତନ୍ତ୍ର ଅର୍ଥ ବୁଝେନା ଯିଏ,

ସମସ୍ୟା ଜାଣି ବି ନିରବ ରହେ |


ବିଧାନ ସଭାରେ ଢୁଳାଏ ବସି,

ଅଲାଜୁକ ପଣେ ଦିଏ ସେ ହସି |

ତାକୁ ଯଦି ଆମେ କହିବା ନେତା,

ଚିରଦୁଃଖୀ ହେବେ ଆମ ଜନତା |

କହିବେ ଲୋକ, 

ନେତା ନୁହେଁ ଗୋଟେ ପାରଡ଼ା ପୋକ |


Rate this content
Log in