Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା-42 କବିତା: ବୟସ୍କ ସ୍ମାର୍ଟ ହେବେ

ସିଧାକଥା-42 କବିତା: ବୟସ୍କ ସ୍ମାର୍ଟ ହେବେ

1 min
210



ବୟସ ତୁମକୁ ବେଶି ହେଲା ସିନା ବୁଢା ବୋଲି ନିଜେ କହିବେନି ,

ନାତି ଚଲାଉଛି ମୋବାଇଲ ମୋତେ ଆସେନାହିଁ କହି ରହିବେନି |


ଆଜିର ରୀତିକୁ ଦେଖି ରାଗିବେନି ତାଳଦେଇ ନିଜେ ଚାଲୁଥିବେ,

ନିଜରୁଚି କଥା ବୁଝାଉ ବୁଝାଉ କାଳେ ଅପମାନ ପାଇଯିବେ |


ଯୁଗରୁଚି ସହ ପାଦ ମିଳେଇବେ କାହାରି ଦୋଷକୁ ଧରିବେନି,

ଆମ ସମୟରେ ସବୁ ଭଲଥିଲା କହି ସେ କଥାକୁ ଝୁରିବେନି |


ଦେହ ସିନା ବୁଢା ଯୁବାମନ ନେଇ ଆଗେଇ ଚାଲନ୍ତୁ ସାହସରେ,

କମ୍ପୁଟର ଆଉ ମୋବାଇଲି ଧରି ବସିଗଲେ ଶିଖି ହେଇପାରେ |


ଧୀରେ ଧୀରେ ସବୁ ଶିଖି ହେଇଯିବ ସମୟ ଅଧିକ ଲାଗିପାରେ,

ଭୁଲିଗଲେ କିଛି ଡରିବାର ନାହିଁ ସହଜ ଲାଗିବ ଧୀରେ ଧୀରେ | 


ବଦଳିଗଲାଣି ଯୁଗର ଚଳଣି ତାକୁ ନିନ୍ଦାକରି ଲାଭନାହିଁ,

ରୂଢିବାଦୀ ହେଲେ ପଛରେ ପଡ଼ିବେ ରହିଥବେ ମିଟିମିଟି ଚାହିଁ | 




Rate this content
Log in