Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା-41 ବ୍ୟଙ୍ଗ କବିତା:

ସିଧାକଥା-41 ବ୍ୟଙ୍ଗ କବିତା:

1 min
207



ଛଳନା ଛଳନା କେବଳ ଛଳନା ଛଳନା ଭରା ଏ' ସଂସାର,

କେମିତି ପାଇବା ଭଲ ମଣିଷଟି ସବୁଠି ଛଳନା ବିଚାର |


ସରକାର କହେ-ନିଶା ଖାଅନାହିଁ ଖୋଲନ୍ତି ଦୋକାନ ସବୁଠି,

ଯେତେ ଦରକାର ଅବକାରୀ ଚିଜ ମିଳୁଛି ଏଇଠି ସେଇଠି |


ଡାକ୍ତର କହନ୍ତି-ଔଷଧ ହିଁ ବିଷ ବେଶି କ୍ଷତିକରେ ଦେହରେ,

ଡାକ୍ତରଖାନାରେ ସାମାନ୍ୟ ରୋଗକୁ ଲେଖନ୍ତି ହଜାରେ ଟଙ୍କାରେ |


ବେପାରୀ କହନ୍ତି-ଆଉ ମିଳିବନି ଭଲଚିଜ ଅଛି ନେଇଯା',

ମିଛକୁହା ଠକ କହନ୍ତି- ଆମକୁ ମିଛ ଛଡ଼ା ସତ କହୁଥା' |


ପୁଲିସ କହୁଛି-ଆମେ ଅଛୁ ସାଥେ ଯେ ଯାହା କରୁଛ କରିଯା',

ନେତା କହୁଛନ୍ତି-ସେଵାନାମ ଧରି ଦେଶ ସଂପତ୍ତିକୁ ଚରିଯା'| 


କର୍ମଚାରୀ ଭାଇ କ୍ଷମତା ବଳରେ ନିଜକୁ ଭାବନ୍ତି ସର୍କାର,

କହନ୍ତି-ଆମକୁ ଖୁସିମନେ ଦିଅ ଯାହା ଯେତେବେଳେ ଦର୍କାର | 


ବାବା ନାମଧାରୀ ମିଛୁଆ ବାବାଜୀ ଧର୍ମ ପ୍ରବଚନ ଦେଇକି,

ନିଜେ ଅନ୍ଧାରରେ ପାପକର୍ମ କରି ହାଜତେ ରହନ୍ତି ଯାଇକି |




Rate this content
Log in