ସିଧାକଥା-39 ଧିକ ମୋ ଜୀବନ
ସିଧାକଥା-39 ଧିକ ମୋ ଜୀବନ
ଧିକ ମୋ ଜୀବନ ହେଲି ଧନ ଧନ କରିନି କାହାକୁ ଦାନ,
ଧିକ ମୋ ଜୀବନ ପାଇ ଯଉବନ ହେଲି ଖାଲି ବଳବାନ |
ଧିକ ମୋ ଜୀବନ ନିଜ ପ୍ରିୟଜନ ମନ କିଣି ପାରିଲିନି,
ଧିକ ମୋ ଜୀବନ କଲି ହଇରାଣ ଗୁଣୀ ଗୁଣକୁ ନ ଚିହ୍ନି |
ଧିକ ମୋ ଜୀବନ ବୃଦ୍ଧ ପିତା-ମାତା ସେବାରେ ଦେଲିନି ମନ,
ଧିକ ମୋ ଜୀବନ ମାତୃଭୂମି ପ୍ରେମ ହେଲାନାହିଁ ଜାଗରଣ |
ଧିକ ମୋ ଜୀବନ ମାତୃଭାଷା ପ୍ରତି ମମତା ଆସିଲା ନାହିଁ,
ଧିକ ମୋ ଜୀବନ ଜୀବନଟା ଯାକ ପରକୁ ରହିଲି ଚାହିଁ |
ଧିକ ମୋ ଜୀବନ ଭାଗ୍ୟଦୋଷ ଦେଇ ଦୁଃଖ ବୋଝ ନେଲି ବୋହି,
ଧିକ ମୋ ଜୀବନ ପରସୁଖ ଦେଖି ପାରୁ ନଥିଲି ମୁଁ ସହି |
ଧିକ ମୋ ଜୀବନ ଅହଂକାର ବଶେ କହୁଥିଲି କଟୁଭାଷା,
ଧିକ ମୋ ଜୀବନ ମାୟାରେ ବୁଡ଼ି ମୁଁ ହରାଇଲି ସବୁ ଆଶା |
