ସିଧା କଥା-59 କବିତା: ଜୀବନ ଦର୍ଶନ
ସିଧା କଥା-59 କବିତା: ଜୀବନ ଦର୍ଶନ
1 min
193
କାଲିପାଇଁ ବଡ଼ ଯୋଜନା କରିଛ ନିଶ୍ଚୟ ସୁନ୍ଦର ହେବ,
ସବୁଠୁ ସୁନ୍ଦର ସରସ କରିବା ଆଜି ଯାହା କାମଥିବ |
ଜାଉଁଳି କବାଟ କୋଳାକୋଳି ହେଇ ରହୁଥିଲେ ସାରାରାତି,
ଏବେ ସେ କବାଟ ବଦଳି ଗଲାଣି,ଦେଖି ଆମ ଗତିମତି |
ନିର୍ଦ୍ଦୟ,ନିଷ୍ଠୁର,ନିର୍ଲଜ୍ଜ ମୂର୍ଖଙ୍କୁ କାଟେନାହିଁ ଅପମାନ,
ଜ୍ଞାନୀ,ଗୁଣୀ,ମାନୀ ଡରିବେ ନିଶ୍ଚୟ ଡରୁଥିବେ ଭଗବାନ |
ସରଳ ମଧୁର ଛୋଟିଆ ବାକ୍ୟଟି ଶୀଘ୍ର ଶେଷ ହୋଇଯାଏ,
ତା'ର ପ୍ରତିଧ୍ୱନି ଦୀର୍ଘଦିନ ଯାଏ ହୃଦୟେ ଝଙ୍କୃତ ହୁଏ |
ମଣିଷ ଜୀବନ କ୍ରିକେଟ ସମାନ ମନ-ମସ୍ତିଷ୍କର ଖେଳ,
ମସ୍ତିଷ୍କ ଆଉଟ ହେଲା ହେଲା ବୋଲି ମନ କରୁଛି ଅପିଲ |
