ସିଧା କଥା-55 ବ୍ୟଙ୍ଗକବିତା ସିଂହ ହେଲା ଗଧ
ସିଧା କଥା-55 ବ୍ୟଙ୍ଗକବିତା ସିଂହ ହେଲା ଗଧ
ନିର୍ବାଚନ ଯୁଦ୍ଧେ ଲଢିଥିଲି ମୁହିଁ ହେବାପାଇଁ ସିଂହରଜା,
ଭାଗ୍ୟ ବିଧାତା ମୁଁ ହୋଇଲେ ପ୍ରଜାଏ କରିବେ ମୋ ପାଦପୂଜା |
ଜିତିଲି ସିନା ମୁଁ ରଜାହେବା ଛାଡ଼ ମନ୍ତ୍ରୀ ବି ହୋଇଲି ନାହିଁ,
ଅଲ୍ପମତ ବାଲା ଖଳ-ବଳ ମିଶି କ୍ଷମତା ନେଲେ ଛଡ଼େଇ |
ସିଂହରୁ ଖସି ମୁଁ ହାତୀ ହେଇଗଲି ଆହାର ମୋ ନିରାମିଷ,
କ୍ଷମତା ଦଳିଆ କହିଲେ-ଗୁପତେ ମାଉଁସ ଖାଇବ ଆସ |
ତୁମେହେଲ ଘୋଡ଼ା ଆମେ ତ ବେପାରୀ ଯଦିହେବ ତୁମେ ରାଜି,
ଆଉ କିଛିଘୋଡ଼ା ଯୋଗାଡ଼ କରିଲେ କିଣି ନେଇଯିବୁ ଆଜି |
ସାତ ଜନମରେ ଯେତିକି ଅର୍ଜିବ ଦିନକରେ ମିଳିଯିବ,
ତୁମର ଯେତେକ କଳଙ୍କ ଲାଗିଛି ରାତାରାତି ଧୋଇଯିବ |
ଘୋଡ଼ା ହେବା ପାଇଁ ସୁଯୋଗ ନ ଥିଲା ସମସ୍ତେ କହନ୍ତି ଗଧ,
ଗଧ ଜନମରୁ ମୁକ୍ତିପାଇଁ ଗାଏ-ଚଉତିଶା ମନବୋଧ |