STORYMIRROR

KRUTIBAS NAYAK

Others

3  

KRUTIBAS NAYAK

Others

ସିଧା କଥା-51 କବିତା : ଜନ୍ମଦିନର ଶୁଭେଚ୍ଛା -ଡକ୍ଟର କୃତ୍ତିବାସ ନାୟକ

ସିଧା କଥା-51 କବିତା : ଜନ୍ମଦିନର ଶୁଭେଚ୍ଛା -ଡକ୍ଟର କୃତ୍ତିବାସ ନାୟକ

1 min
288


ଜନମ ଦିନର ଶୁଭ କାମନାରେ ଯଦି ଶୁଭଫଳ ଥାଏ,

ଜଗତ କରତା ସେ ଶୁଭଫଳକୁ ପହଞ୍ଚାନ୍ତୁ ତୁମଯାଏ |


ଜାତି କର୍ଣ୍ଣଧାର ହୋଇ ଏ' ଦେଶର ସ୍ୱନାମ ଅର୍ଜନ କର,

ଜୀବନଟା ହେଉ ସରସ ସୁନ୍ଦର ଏତିକି କାମନା ମୋର |


ଜାଗିଉଠୁ ମନେ ମାତୃଭୂମି ପ୍ରୀତି ମାଟି ପ୍ରତି ଅନୁରାଗ,

ଜୟଗାନ କରି ଚାଲିବେ ଜନତା ଦେଖି ତୁମସେବା-ତ୍ୟାଗ |


ଜଗିବ ନିଜର ସ୍ୱାଭିମାନ ପୁଣି ରଖିବ ହୃଦୟେ ଦୟା,

ଜଳାଇ ରଖିବ ହୃଦୟେ ଆଲୋକ ଛାଡ଼ି ଲୋଭ ମିଛ ମାୟା |


ଜୀବ ଜଗତରେ ତୁମେ ଶ୍ରେଷ୍ଠଜୀବ ତୁମ କାମ ହେଉ ଶ୍ରେଷ୍ଠ,

ଜାଣିଜାଣି କିଛି ଦାନ କରୁଥିବ ଦେଖିଲେ କାହାର କଷ୍ଟ |


ଜିତିବ ଦୁନିଆ ମନେ ରଖିଥିଲେ ସମୟ ହିଁ ବଳବାନ,

ଜିଜ୍ଞାସା ପ୍ରବୃତ୍ତି ଜାଗ୍ରତ କରିବ ମୂଲ୍ୟବାନ ବର୍ତ୍ତମାନ |


 


Rate this content
Log in