STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଶୂନ୍ୟତାର କୋଳେ

ଶୂନ୍ୟତାର କୋଳେ

1 min
569



ତମିସ୍ରାରେ ଘେରା ମାଟିରୁ ଆକାଶ

ଚମକ ଚପଳା ଖେଳେ

ଶିରି ଶିରି ବହେ ମୃଦୁ ସମୀରଣ

ବିନ୍ଦୁ ବିନ୍ଦୁ ବର୍ଷା ତାଳେ ।।


ଅଦିନିଆ ଝଡ ମାଡି ଆସେ ଖରେ

କାଳ ବଇଶାଖୀ ବହେ

ତାପିତ ଏ ଧରା ହସେ ଖିଲି ଖିଲି

ଭିଜାମାଟି ମନ ମୋହେ ।।


ତାରା ଭରା ରାତି ଲୁହ ଢାଳେ ଧୀରେ

ସପନ ତା' ହଜିଯାଏ

କୋହର ଲହଡି ଭାଙ୍ଗୁଥାଏ ସଦା

ନୀରବରେ ଚାହିଁଥାଏ ।।


ଚାନ୍ଦର ଚାନ୍ଦିନୀ ଦୂରେ ହଜିଯାଏ

ଝିଙ୍କାରୀ ଝଂକାର ତୋଳେ

ଦିବ୍ୟ ଚେତନାର ଅପୂର୍ବ ମହକ

ବାସହୀନ ଅବହେଳେ ।।


ଜୀବନ ସଂଗୀତ ବୀଣାଜିଣା ସୁର

ଅସ୍ପଷ୍ଟ ଅଲୋଡା ହୁଏ

ଅଖଣ୍ଡ ଦୀପାଳି ଲିଭି ଲିଭି ଯାଏ

ମହାଶୂନ୍ୟ ଢାଙ୍କିଯାଏ ।।


ପାହାନ୍ତିଆ ତାରା ହଜେ ଚକ୍ରବାଳେ

ବିହଙ୍ଗ କାକଳି ଶୁଭେ

ତମିସ୍ରାର ଢେଉ ଛନ୍ଦହୀନ ଲାଗେ

ଧରିତ୍ରୀ ର ଦିବ୍ୟ ଗର୍ଭେ ।।


ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍