ଶୂନ୍ୟତା
ଶୂନ୍ୟତା
1 min
205
ଶୁନଶାନ ଚାରିଆଡ଼େ ଚାରିଦିଗ ଖାଲି
ସବୁଆଡେ ଅଛି ଖାଲି ଉଷ୍ମ ମରୁବାଲି
ଶୁଷ୍କତରୁ ଲୁହ ପିଇ
କେମିତି ସେ ଦିଏ ଛାଇ
ଲହୁ ନୁହେଁ ଲୁହ ବୋଧେ
ଧନ୍ୟ ସେ ତ ମହାନ ହିଁ।
ନାହିଁ ନାହିଁ ର ଉଜ୍ଜଳତା ବେଶ୍ କିଛି
ଅଛି ଅଛି ଅନ୍ଧାରତା ରେ ଯାଏ ଲୁଚି
ସ୍ବପ୍ନିଳ ନିଦ୍ରା ତେଜି
ଅନ୍ଧାରକୁ କରି ପୁଞ୍ଜି
ନାହିଁ ରୁ ଅଛି ଯାଏଁ ଦୂରତାକୁ
ଧିରେ ଧିରେ ଯାଏ ଭେଦି।
ବ୍ୟକ୍ତିତ୍ଵ ର ଶୁଭ୍ର ପରି ପ୍ରକାଶରେ
ନ୍ୟୁନତା ଲୁଚିଯାଏ ଅସାଧୁ ଉପାୟରେ
ଜୋର୍ କଲେ ସତ୍ୟ ଦବେ
ମିଥ୍ୟା ନିଜକୁ ବଳୀୟାନ ଭାବେ
ସେହିପରି ଚଳିଯାଏ
ସବୁଥାଇ ପୁଣି ଅଭାବେ।
