ଶୂନ୍ୟତା
ଶୂନ୍ୟତା
1 min
196
ଭଲ ପାଇବାର ବଗିଚାରେ ଫୁଲ
ଫୁଲର ମହକ ଯେତେ
ଘୃଣା ଅପବାଦ ପ୍ରତାରଣା କଣ୍ଟା
ଫୁଟାଇ ମୋ ଦେହେ ସେତେ ।
ଆଘାତରେ କ୍ଷତ ମୋର ରାତି ଦିନ
ହୃଦୟରେ ହୁଏ ବ୍ୟଥା
କଳା ଘୁମୁସର ବଉଦ ମେଳରେ
ଭସେଇ ଦେଲ ମୋ ଚିତା ।
ଲୁହ ଭରା ଛାତି କୋହ ଭରା ରାତି
ସପନରେ ଜଳେ ନିଆଁ
ଧାରେ ଧାରେ ଲୁହ ଢେଉ ମାରେ ଆଖି
ଭିଜେ ବାସ୍ତବ ଦୁନିଆଁ ।
ଭଲ ପାଇବାରେ ଥିଲା କି କପଟ
ଥିଲା କିବା ଆବିଳତା
ମନ୍ଦାଗିନି ତୁମ ପ୍ରତାରଣା ପରେ
ମନେ ଭାରିଲା ଶୂନ୍ୟତା
