Minakshi Samal

Others

3  

Minakshi Samal

Others

ଶୂନ୍ୟତା

ଶୂନ୍ୟତା

1 min
276


ବର୍ଷା ର ଅବିଶ୍ରାନ୍ତ ଧାରା

ବହିଚାଲେ ଅହର୍ନିଶୀ

ଶୂନ୍ୟତାକୁ ଭେଦକରି

ବର୍ଷି ଚାଲେ ଟପଟପ୍ ଟିପଟିପ୍।

ଜୀବଜନ୍ତୁ,ପକ୍ଷୀକୁଳ ସ୍ବ ନୀଡରେ

ଜାକିଜୁକି ବସି ରହିଥାନ୍ତି

ବୃଷ୍ଟିର ଅସହ୍ୟ ପ୍ରକୋପରେ

ଗୃହ ବିନା ନଥାଏ ଯେ ଗତି।

ଗବାକ୍ଷର ପାଶେ ବସି ଶୂନ୍ୟ ଦିଗେ

ଦୃଷ୍ଟି ତୋଳେ ପ୍ରିୟା

କାହିଁ କେତେ ଦୂରେ ତାର ପ୍ରିୟ

ଭାବନାରେ ହୁଏସେ ଅଥୟ।

ଦୂରତ୍ବ ଯେ ପ୍ରେମକୁ କରେ

ଗାଢ ରୁ ଗାଢତର

ଶୁଦ୍ଧ ସୁବର୍ଣ୍ଣ ପରି ଚକମକ୍ କରେ ପ୍ରେମ

ସମ୍ପର୍କର କଷଟି ପଥର।



Rate this content
Log in