STORYMIRROR

Niranjan Sahu

Others

4  

Niranjan Sahu

Others

ଶୂନ୍ୟ

ଶୂନ୍ୟ

1 min
437

ମିଶାଣ ଫେଡାଣ କରୁଛୁ କେତେ    

ଜୀବନର ରଙ୍ଗମଞ୍ଚରେ

ମୋର ମୋର କହି ଖାଲି ଦଉଡୁଛୁ

ସବୁ ଛାଡ଼ିଦେଇ ପଛରେ ।


ଗର୍ବ ଅହଂକାର ଘୃଣା କୁ ମୁଣ୍ଡେଇ

ଦୁଃଖରେ ଜୀବନ କାଟୁଛୁ

କିଏ ସିନା ଏଠି ଦିନେ ମରିଯାଏ

ନିଜେ ପ୍ରତିଦିନ ମରୁଛୁ ।


ଗୁଣନ କରୁଛୁ ହିସାବ ରଖୁଛୁ

ନିଜର ଜମା ଖାତାରେ

ହରଣ ପ୍ରକ୍ରିୟା ଆରମ୍ଭ ହୋଇଲେ

ଚାଲିଯିବୁ ନିଜ ରାସ୍ତାରେ ।


ମିଶାଣ ଫେଡାଣ ଗୁଣନ ହରଣ

ସବୁ ମିସିଯିବ ଶୂନ୍ୟରେ

ଶୂନ୍ୟରୁ ତୁ ଆସିଥିଲୁ ବାବୁ

ମିଶିଯିବୁ ଯାଇ ଶୂନ୍ୟରେ ।


Rate this content
Log in