ଶୂନ୍ୟ ରୁ ସବୁକିଛି
ଶୂନ୍ୟ ରୁ ସବୁକିଛି
ଜାତ ହୋଇଥିଲି ଅତି ସୂକ୍ଷ୍ମଧାରେ
ଝର ଝର ହୋଇ ଗଲି ବହୁ ଦୁରେ
ମୋ ରୁଧିର ପରସିଲି ତତେ
ତା ପ୍ରତ୍ୟୁତ୍ତର ଆଜ ଦେଲୁ ତୁହି ମୋତେ
ତୋ ପାଖରୁ କିଛି ମୋ ପାଖରୁ କିଛି
ଝରି ପଡ଼ିଛି ଏ ଶୂନ୍ୟ ରୁ ସବୁକିଛି।
ସୂକ୍ଷ୍ମ ଧାର ଦେଖି ରୋଧିଲା ପାଷାଣ
ବର୍ତ୍ତିଲା ସେ ମୋତେ ଆରେ ତୁ ନିର୍ଲଜ
ଲୋକ ହସାହେବୁ ତୁହି ଏ ଜଗତେ
ଲଂଘି ପାରିବୁନି ମୋର ଏ ଗରତେ
ପ୍ରତ୍ୟୁତ୍ତର ଦେଲି ଭାବନା ରେ କିଛି
ଝରି ପଡୁଛି ଏ ଶୂନ୍ୟ ରୁ ସବୁକିଛି ।
ପାଷାଣ କୁ ଲଂଘି ଅଗ୍ର ମୁଖ ହେଲି
ମୋର ତୀକ୍ଷ୍ଣ ଧାରେ ଚ୍ଛିନ୍ନ ଭିନ୍ନ କଲି
ଗଦ୍ ଗଦ୍ ହୋଇ ଗଲି ବହୁ ଦୂର
ପଶ୍ଚମୁଖ ହୋଇ ଅନ୍ତରେ ବର୍ତ୍ତିଲି
ଭାବନା ରେ କିଛି ଅମୋନ୍ତ୍ରଣେ କିଛି
ଝରି ପଡୁଛି ଏ ଶୂନ୍ୟ ରୁ ସବୁକିଛି ।
ରୌଦ୍ର ତାପେ ଜନ୍ତୁ ହ୍ୟନ୍ତି ହନ୍ତସନ୍ତ
ମୋତେ ପାନକରି ତାଙ୍କ ପ୍ରାଣ ଶାନ୍ତ
ମନେ ମୁଁ ଚିନ୍ତିଲି ଅନୁଭବ କଲି
ସାହସରେ କିଛି ଦୃଢ଼ ମନେ କିଛି
ଝରି ପଡୁଛି ଏ ଶୂନ୍ୟ ରୁ ସବୁକିଛି ।
