Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

2  

Prafulla Chandra Mishra

Others

ଶୂନ୍ୟ ଦେହି ହେ ଅଜାତ ପୁରୁଷ

ଶୂନ୍ୟ ଦେହି ହେ ଅଜାତ ପୁରୁଷ

1 min
6.6K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ମୋ ଆଖି ର ଲୁହ ମୋ ମନର କୋହ ଯନ୍ତ୍ରଣା ଚିତ୍ର ଆଙ୍କି

• ମନରେ ମୋହର ସୃଜିଦେଇ ଗଲ ତୁମେ ମୋ ପ୍ରାଣ ଦେବତା

• ତେଣୁ ଦିବା,ନିଶି ଖୋଜଇ ତୁମକୁ କାଳେ ଦେଖାଦେବ ଆସି

• ମିଳିଯିବ ତବ ଦରଶନ ଅବା ପାଇବି ତୁମ ବାରତା ।।

• ଦେଖିଛି ମୁଁ ତୁମେ ବସିଛ ନିଶ୍ଚଳେ ମହାର୍ଘ ମନ୍ଦିର ଗହ୍ଵରେ

• ପଥର ବା ଧାତୁ କାଠର ମୂରତୀ କି ଅବା ମୃଣ୍ମୟ ରୂପରେ

• କିମ୍ଭୁତ କିମାକାର ସେହି ଚିତ୍ର ନିର୍ଜିବ ସେ କଳେବରେ

• ତୁମର ଜନମ କିଏବା ଦେଖିଛି ମୁଖୁ କଥା ଷ୍ଫୁରିବାରେ ।।

• ଆକାଶ ନୀଳିମା ଛାଇ ପ୍ରତିବିମ୍ବେ ଜଳ ଯେହ୍ନେ ଦିଶେ ନୀଳ

• ସେମିତି ମୋ ମନେ ପ୍ରହେଳିକା ସମ ବିଶ୍ବାସ ଦେଲ ଜନ୍ମାଇ

• ଧରଣୀର ପ୍ରତି ଜୀବନ କୁ ସତେ ତୁମେ ପ୍ରଭାବିତ କର

• ରୂପ,ରେଖ ହୀନ ତୁମେତ ଈଶ୍ଵର ତୁମେ ଗୋଟେ ଶୂନ୍ୟ ଦେହି ।।

• କେତେଯେ ବସନ୍ତ ବିତିତ ଗଲାଣି ହଜିଛି ଜୀବନ ଛନ୍ଦ

• କେତେଯେ ସକାଳ ଦେଖିଛି ଏ ଆଖି ଦେଖିଛି ତା ଉଷା ବେଶ

• ତୁମକୁ ପାଇବା ନିରାଶା ବତାସେ ଭାଙ୍ଗିଛି ମୋ ଆଶା ସୈ।ଧ

• ତଥାପି ବସନ୍ତ, ପ୍ରତ୍ୟୁଷ ଉଚ୍ଚାଟେ ତୁମ ଅସ୍ତିତ୍ବ ବିଶ୍ଵାସ ।।

• ଏ ଜୀବନ ଦୀପ ଜାଳୁଛ ଠାକୁରେ ଆଶାର ତଇଳ ଢାଳି

• ଅଜାତ ପୁରୁଷ, ହେ ଅଜନ୍ମା ଦେବତା କହ କେଉଁ ଉଢାଳରେ

• ରହି ଖେଳାଉଛ ଖେଳଣା ସଜେଇ ମହାକାଳ ମହାବଳୀ

• ନିସ୍ଵ ଜୀବନରେ ଆଶା ଉତ୍ସ ସାଜି ଏ ହୃଦୟର ଗହ୍ଵରରେ ।।






Rate this content
Log in