ଶୂନଗାଡି ଓ ମୋ ସ୍ମୃତି
ଶୂନଗାଡି ଓ ମୋ ସ୍ମୃତି
1 min
11.7K
କିଏ କହେ ତାକୁ ଶୂନ୍ ଗାଡି
ଆଉ କେହି କହେ ତାକୁ ସାଇକେଲ।
ହେଲେ ସିଏ ମୋର ସାଥୀଟିଏ
ଚଲେଇ ଶିଖିବା ବେଳେ ବହୁତ ଥର ପଡିଛି
ଉଠିକି ପୁଣି ଗୋଟେ ଝୁଙ୍କରେ ଚଲେଇ ଶିଖିଛି।
ହେଲେ କଲେଜ ଜୀବନରେ ହିଁ
ସେ ମୋ ପାଇଁ ପକ୍ଷୀରାଜ ଘୋଡାଟିଏ ପରି ଥିଲା।
କାରଣ ପ୍ରଥମ ପ୍ରେମର ମୂକ ସାକ୍ଷୀ ସେ
ଆଉ ଅନେକ ସ୍ମୃତିର ବାହକ ମଧ୍ୟ ସେ।
ବୟସ ବଢିବା ସହ ମୁଁ ତା' ଠାରୁ ଦୂରେଇ ଯାଇଥିଲି
ହେଲେ ନିଜର ଫିଟନେସ୍ ପାଇଁ ମୁଁ ତାକୁ ଏବେ ଆପଣେଇଛି।
ଜୀବନର ସୁଖ-ଦୁଃଖ ଚକ୍ର ପରି
ସିଏ ବି ମୋ ସହ ଆଗକୁ ଗଡି ଚାଲିଛି।
ସେ ତ' କେବେ ମୋତେ ଛାଡି ନ ଥିଲା
ମୁଁ ହିଁ ସୁବିଧାବାଦୀ ମଣିଷ ତାକୁ ଛାଡି ଦେଇଥିଲି।
ଯେମିତି ପ୍ରଥମ ପ୍ରେମିକା ମୋ ହାତ ଛାଡ଼ି ଥିଲା
