ଶୂନ୍ ଶାନ୍ ର ଗୁଞ୍ଜନ
ଶୂନ୍ ଶାନ୍ ର ଗୁଞ୍ଜନ
1 min
125
ଅନ୍ଧକାର ଆଚ୍ଛନ୍ନ ଏଇ ମୁହୂର୍ତ୍ତ
ନିମିଶକେ ଭରେ ମନେ ଆତଙ୍କ
କେଜାଣି କାହିଁକି ଏତେ ନିର୍ଜନତା....
ପୁଣି ନିଶ୍ଚଳ ଏଠି ପବନର ଗତି
ଘଣ୍ଟାକଣ୍ଟା ର ବି ଶବଦ ନାହିଁ ,
ହାର୍ ମାନିଛି ସତେ ସଭ୍ୟତା ଏଠି ।
ନା ଅଛି ପକ୍ଷୀର କାକଳି ,
ନା ଅଛି ଝିନ୍କାରିର ଗୁଞ୍ଜନ
ଚାରିଦିଗ ଖାଲି ଲାଗେ ଶୂନ୍ ଶାନ୍ ।
ପବନର ଶୁ ଶୁ ଗର୍ଜନ ,
ନା ଘଣ୍ଟାକଣ୍ଟା ର ଟିକ୍ ଟିକ୍ ଆବାଚ୍ .....
ନା ଶୁଭେ ଏଠି ଭ୍ରମରର ଗୁଣୁ ଗୁଣୁ ତାନ,
ଶୁଭେନା ଏଠି ନିଶ୍ବାସ ପ୍ରଶ୍ବାସ ର ସ୍ପନ୍ଦନ.........
ନା ଅଛି ଜୀବଜଗତର ଚଳନ
ଏଇ ବୋଧେ ଶୂନ୍ ଶାନ୍ ର ଗୁଞ୍ଜନ ।..........
