STORYMIRROR

Prafulla Chandra Mishra

Others Tragedy

2  

Prafulla Chandra Mishra

Others Tragedy

ଶୁଣ ମୋ ଚରମ ବାଣୀ

ଶୁଣ ମୋ ଚରମ ବାଣୀ

1 min
14.5K



• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା

• ---------- -------------------- ----------

• ପ୍ରଥମ ସୂର୍ଯ୍ୟ ଦେଖିଲି ସେଦିନ ଯେଉଁ ମାଟି ମା’କୋଳେ

• ସେଇ ମାଆ ଆଜି କଂକାଳ ସାର ମାଂସ ନାହିଁ ତା ଦେହେ

• ପାଣ୍ଡୁ ର ବଦନ ମୁଖେ ନାହିଁ ହସ ନିରତ ଅଶ୍ରୁ ଢାଳେ

• ଉବୁ ଟୁଡୁ ହୁଏ ବଢ଼ି,ମରୁଡିରେ ଦୁଃସହ ଯନ୍ତ୍ରଣା ସହେ ।।

• ଭବିଷ୍ୟତ ମୋର ଅନ୍ଧାର ଘେରା ସ୍ଵପ୍ନ ମୋ ସମାଧି ତଳେ

• କି ସ୍ଵପ୍ନ ଦେଖିବି ଦିଗହରା ମୁଁ ତ ସାହାରାହା ପାଏ ନାହିଁ

• ବିକଳେ ଜୀବନ ବିତାଏ କ୍ଷୁଧାରେ ଦେଖ ମୋ ଜଠର ଜଳେ

• ମୃତ୍ୟୁ ଡାକଇ ଦୁଆର ମୁହଁରେ ସତେ ଝାମ୍ପି ନେବାପାଇଁ ।।

• ଦୁଃଖଦ ମୁହୂର୍ତ୍ତେ ଶ୍ରବଣେ ବାଜଇ କାହାର ପ୍ରଣୟ ଗୀତି

• ମୃତ୍ୟୁ ତ ମୋର ଚିର ସହଚର ଛାଇ ସମ ପାଖେ ପାଖେ

• ଶୁଣିବି କେମିତି ତୁମ ସେ ସଙ୍ଗୀତ ,ପରାଣ ଉଛୁଳା ପ୍ରିତୀ

• ଚକ୍ଷୁ ପଟଳୁ ଆଲୋକ ଉତୁରେ ଏ ଜୀବନ ଅସ୍ତରାଗେ ।।

• ଭଗ୍ନ ଦେହରେ କେମିତି ଦେଖିବି ଯଉବନ ମଖା ସୁଖ

• ଦାଉସାଧେ ଏଠି ମହାଜନ ପୁଅ ହସେ ଦେଖି ମୋର ଦୁଃଖ

• କା ସଉଧେ ଜଳେ ଉଜ୍ବଳ ପ୍ରଦୀପ ଅନ୍ଧାର କୁଟୀରେ ଦେଖ

• ଏ ଜୀବନ ଭୋଗେ ନରକ ଯନ୍ତ୍ରଣା ହଜିଯାଉଅଛି ସୁଖ ।।

• ଶୁଣ ସ୍ଵାର୍ଥପର ବ୍ୟଭିଚାରୀ ଦଳ ଶୁଣ ମୋ ଚରମ ବାଣୀ

• କେତେଦିନ ଆଉ ଅନ୍ଧାର ଗହ୍ଵରେ ରଖି ଶୋଷିବରେ ଲହୁ

• ଭାଙ୍ଗି ଯିବ ତୁମ ଗରବ ଗରିମା ପାରୁନ କି ତୁମେ ଜାଣି

• ଆରତୀ ର ଆର୍ତ୍ତନାଦରେ କେମିତି ଉଠଇ ପ୍ରଳୟ ଢେଉ ।।


Rate this content
Log in