STORYMIRROR

Prafulla Chandra Mishra

Others

5  

Prafulla Chandra Mishra

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
388


ଗଛକୁ ସୁନ୍ଦର ସବୁଜ ପତର ବସନ୍ତେ ନବ ପଲ୍ଲବ

ଆବରଣେ ବୃକ୍ଷ ଦିଶେ ମନୋହର ଶୁଭେ ପକ୍ଷୀ କଳରବ ।।


ଶୀତ ଅନ୍ତେ ବୃକ୍ଷେ ପାଚିଲା ପତର ବୃକ୍ଷ ପତ୍ର ଝଡ଼ା ଦିଏ

ନବିନ ଉଲ୍ଲାସେ ନବ ପଲ୍ଲବିତ ତରୁ ଲତା ଶୋଭା ପାଏ ।।


ସେଇ ପତ୍ର ଆଜି ଝଡି ଶୁଖି ଉଡେ ଯେଉଁ ପରି ପବନରେ

ସେପରି ମଣିଷ ଜୀବନର ଚକ୍ର କାଳ ସଂଚାଳନ କରେ ।।


ଶୁଖିଲା ପତର ଗରୀବ ଜାଳେଣି ଦୁଃଖି ଜନର ସେ ସାଥି

ସୁଖିଲା ପତର କୁଡ଼ିଆ ଘର ଯେ ନିସ୍ଵର ଆଶ୍ରୟ ଦାତ୍ରୀ ।।


ଶୁଖିଲା ପତର କରଇ ଉର୍ବର ନୀରସ ମାଟିରେ ପଡ଼ି

ସମୟ ସ୍ରୋତରେ କାଳ ଚକ୍ର ଗତି ବୃକ୍ଷୁ ପତ୍ରପଡେ ଝଡି ।।


ସବୁଜ ସୁନ୍ଦର ପତର ଜୀବର କେତେ ଉପକାର କରେ

ଅମ୍ଳଜାନ ଦେଇ ଅଙ୍ଗାର କାମ୍ଳକୁ ନିଏ ତାର ନିଶ୍ଵାସରେ ।।


ବୃକ୍ଷ ରୋଷ ଶାଳା ପତ୍ର ଅଟେ ପରା ହୃଷ୍ଟ ପୃଷ୍ଟ ହୁଏ ତରୁ

ସବୁଜ ବନାନୀ ସରଜେ ବରଷା ମାଡ଼ି ଆସେ ସରଗରୁ ।।


ସବୁଜ ପତର ବୃକ୍ଷ ରେ ସୁନ୍ଦର ଶୁଖିଗଲେ ପଡେ ଝଡି

ତଥାପି ସୁଖିଲା ପତର ସମାଜ ଉପକାରେ ଥାଏ ଜଡ଼ି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍