Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sneha Mishra

Others

4  

Sneha Mishra

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
332


ଢୋଲକ ଶବ୍ଦରେ ଦୁନିଆ ପାଗଳ

ପାଗଳ ସଙ୍ଗୀତ ପ୍ରେମୀ |

ସେଇ ଢୋଲକକୁ ଖୋଜିପାଇଥିଲେ

ସ୍ଵାତୀ ନାମକ ସେ ମୁନି ||୧||


ସ୍ନାନ କରିବାକୁ ଗଲାବେଳେ ମୁନି

ଶୁଣିଲେ ଅଜଣା ଶବ୍ଦ ||

ଜିଜ୍ଞାସା ଆଶାରେ ଖୋଜିବୁଲୁଥିଲେ

ଦେଖି ହୋଇଗଲେ ନିସ୍ତବ୍ଧ ||୨||


ଶୁଖିଲାପତରେ ବିନ୍ଦୁ ସେ ଜଳର

ସୃଷ୍ଟି କେତେ ଅନୁପମ |

ଅଜଣାରେ ଜଣା ଜଣାରେ ଅଜଣା

ସୃଷ୍ଟିର ଏହା ନିୟମ ||୩||


ବୟସର ଛାଇ ଜୀବନ ଯାତ୍ରାର

ଶୁଖିଲା ପତର ସମାନ |

ଆୟୁ ସରିଗଲେ ଜୀବନ ବୃକ୍ଷରୁ

ଆପେ ଝଡିପରେ ସିନା ||୪||


ଗରୀବର ଦୁଃଖ ମିଟାଏ ସେ ପୁଣି

ଜଳେ ପୁଣି ଇନ୍ଧନରେ |

ଶୀତର ଜାଡରୁ ମୁକ୍ତିପାଏ ସିଏ

ସାହାରା ଶୁଖିଲା ପତ୍ରରେ ||୫||


କୁନି ଚଢେଇଟି ଖୋଜେ ସେ ପତ୍ରକୁ

ଘରଟିଏ ବାନ୍ଧିବାକୁ

ଝଡ ତୋଫାନରୁ ରକ୍ଷା ପାଇବାକୁ

ଆଶ୍ରୟ କରେ ସେ ନୀଡକୁ ||୫||


ଶରତଋତୁର ଆଗମନେ ଦ୍ରୁମ

ସହିଥାଏ ପତଝଡକୁ |

ନୂତନ ପଲ୍ଲବ ସ୍ଵାଗତରେ ବୃକ୍ଷ

ତ୍ୟାଗେ ଶୁଖିଲା ପତ୍ରକୁ ||୬||


ହରିତ ରଙ୍ଗରେ ହୋଇଥିଲା ଦିନେ

ଦ୍ରୁମର ପୋଷଣ କାରକ |

ପୀତବର୍ଣ୍ଣ ଧାରୀ ଶୁଷ୍କ ପତ୍ର ଆଜି

କରୁଚି ମରଣ ସାର୍ଥକ ||୭||



Rate this content
Log in