STORYMIRROR

Rajendra Bishoyi

Others

4  

Rajendra Bishoyi

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
379

ଇଶ୍ଵର ସୃଷ୍ଟିରେ ସଭିଏଁ ସମାନ

କେହି ନୁହେଁ ବଡ ସାନ,

ମଣିଷ ଯେତିକି ପତର ସେତିକି

ଦୁହିଁଙ୍କ ମୂଲ୍ୟ ସମାନ ।।

ସୃଷ୍ଟିରେ ମଙ୍ଗଳ କରିବା ସକାଶେ

ମଣିଷ ଜନମି ଅଛି,

ସେପରି ଭାବେ ଶୁଖିଲା ପତ୍ରବି

ଅନେକ କାମେ ଲାଗୁଛି ।।

ଦରିଦ୍ର ବୁଢୀଟି ଶୁଖିଲା ପତ୍ରରେ

ଖୁଦ ଜାଉ ରାନ୍ଧି ଖାଏ,

ଶୁଖିଲା ପତ୍ରକୁ ଗୁଣ୍ଡ କରି କିଏ

ଜ୍ବର ଔଷଧ ବନାଏ ।।

ଶୁଖିଲା ପତ୍ରକୁ ଜାଳିପୋଡି ଦେଲେ

ପାଉଁଶ ମୁଠେ ହୁଅଇ,

ଭଲ ସାର ସିଏ ଫସଲ ପାଇଁ କି 

କୃଷକ ଭାଇ ଖୋଜଇ ।।

ଶୁଖିଲା ପତ୍ରର ପ୍ରଖର ସ୍ରୋତରେ

ପିମ୍ପୁଡିଟି ପାର ହୁଏ,

ଶୁଖିଲା ପତ୍ରକୁ ସଜେଇ ସଜେଇ 

ଚଢେଇ ବସା ବନାଏ ।।

ତେଣୁ ଭାଇମାନେ କେବେ ବି କାହାକୁ

ଭାବିବ ନାହିଁ ଅଲୋଡା,

ଅଲୋଡା ଅଖୋଜା ସମୟାନୁସାରେ

ବାସ୍ତବରେ ହୁଏ ଲୋଡା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Rajendra Bishoyi

ଗଛ

ଗଛ

1 min ପଢ଼ନ୍ତୁ

ମେଘ

ମେଘ

1 min ପଢ଼ନ୍ତୁ

ପାହାଡ

ପାହାଡ

1 min ପଢ଼ନ୍ତୁ

ନଈ

ନଈ

1 min ପଢ଼ନ୍ତୁ

ଗୋଲାପ

ଗୋଲାପ

1 min ପଢ଼ନ୍ତୁ

ଜହ୍ନ

ଜହ୍ନ

1 min ପଢ଼ନ୍ତୁ

ବୃଦ୍ଧ

ବୃଦ୍ଧ

1 min ପଢ଼ନ୍ତୁ