STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଶୁଦ୍ଧ ଚିନ୍ତା ଓ ସଦାଚାର

ଶୁଦ୍ଧ ଚିନ୍ତା ଓ ସଦାଚାର

1 min
130


କଷ୍ଟ ଓ ସରଳ ଜୀବନକୁ ମଣିଷ

ବାଛି ନେଇ ଥିଲା

ସେତେବେଳେ ସମସ୍ତଙ୍କ ଠାରେ 

ମନୁଷତ୍ୱ ଭାବନା ଥିଲା |୧|


ମଣିଷ ବଞ୍ଚିଥିଲା କେବଳ ତାର

ମେହନତୀ ବଳରେ

ହାତ ପାତି ନଥିଲା ଦିନେ ହେଲେ 

କେବେ କାହା ଠାରେ |୨|


ଅତିଶୟ ସ୍ୱାର୍ଥପର ଲୋକ ଯେତେ

ସ୍ୱାର୍ଥ ସିଦ୍ଧି ପାଇଁ 

ରଖି ହୃଦୟରେ କପଟ ଛଳନା ରଖି

ନିଜକୁ ଉପକାରୀ କହୁଥାଇ |୩|


ନଥାଏ ମନରେ ଶୁଦ୍ଧ ଚିନ୍ତା ସଦାଚାର  

ଶୃଙ୍ଖଳା ଓ ଅନୁଶୋଚନା 

ସକାରାତ୍ମକ ଚିନ୍ତା ଛାଡି ଅସତ୍ କର୍ମେ

ଲିପ୍ତ ରହି ହୁଏ ବାଟବଣା |୪|


ସେପରି ମଣିଷର କେବେ ତ ମହତ 

ଉଦ୍ଦେଶ୍ୟ ନଥାଏ

ଯେତେ ପାଇଲେ ନହୁଅନ୍ତି ସନ୍ତୋଷ 

ଅଜ୍ଞାନୀରେ ଗଣା ହୁଏ |୫|


ଜ୍ଞାନୀ ହୋଇଯାଏ ନାହିଁ ଜଣେ ଖାଲି

ପାଠ ଗୁଡେ ପଢ଼ି ଦେଲେ 

ଅନ୍ୟାୟ ଅତ୍ୟାଚାର ହୁଏ ଦୁନିଆରେ 

ତଥା କଥିତ ଜ୍ଞାନୀ ମେଳେ |୬|


ସୁଖ ଦୁଃଖ ଏକ ମନର ଅବସ୍ଥା ଯେଉଁ 

ବ୍ୟକ୍ତି ନିୟନ୍ତ୍ରଣ କରି ପାରେ

ସୁଖୀ ବୋଲି ଯେଉଁ ବ୍ୟକ୍ତି ମନେ ଅନୁଭବ

କରେ ଦୁଃଖ ସେହିଠାରେ ହାରେ |୭|



Rate this content
Log in