STORYMIRROR

Bunee Tripathy

Others

4  

Bunee Tripathy

Others

ଶୁଭର ପ୍ରତୀକ

ଶୁଭର ପ୍ରତୀକ

1 min
363

ଧରିତ୍ରୀ ମାତାର ପଣତ ଆଜିତ

   ହଳଦିଆ ରଙ୍ଗ ଦିଶେ

ସୁନାର କ୍ଷେତରେ ଲକ୍ଷ୍ମୀ ଉଭା ପରା

   ସୁଖ ସମୃଦ୍ଧି ତ ହସେ।


ଫଗୁଣ ମହକେ ତାର ସୁବାସରେ

   ହଳଦୀବସନ୍ତ ଦେହେ

ଶୁଭ ବାରତା ତ ଦେଇଯାଏ ସିଏ

   ଆଖି ଭରେ ଖୁସି ଲୁହେ।


ହଳଦୀମୁଖି ତ ଅଟନ୍ତି ସୁଭଦ୍ରା

  ଦୁଇଭାଇ ମଧ୍ଯେ ଉଭା

ଶୁଦ୍ଧ ପଵିତ୍ରତା ହୃଦୟେ ଜାଗଇ

  ରତ୍ନସିଂହାସନେ ଉଭା।


ସୁବର୍ଣ୍ଣ ଅଟଇ ଲକ୍ଷ୍ମୀଙ୍କ ପ୍ରତୀକ

   ଝଲସି ଉଠଇ ସିଏ

ଗୃହଲକ୍ଷ୍ମୀ ଦେହେ ପାଉଥାଏ ଶୋଭା

  ସୌଭାଗ୍ଯବତୀ ସେ ହୁଏ।


ପାଟ ପୀତାମ୍ବରି ଦିଶଇ ସୁନ୍ଦର

   ପରିଧାନ ଜଗନ୍ନାଥେ

ହଳଦୀ ଅଟଇ ଶୁଭର ପ୍ରତୀକ

   ଲୋଡା ପଡେ ପ୍ରତିକ୍ଷେତ୍ରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍