STORYMIRROR

Ajit Kumar Raut

Others

3  

Ajit Kumar Raut

Others

ଶୁଭକାମନାଟି ମୋର

ଶୁଭକାମନାଟି ମୋର

1 min
208


ଚଲାପଥ ହେଉ ସୁଗମଟି ତୋର

ଏହି ଆଶୀର୍ବାଦ ମୋର,

ମଙ୍ଗଳମୟଟି ହେଉ ଜନ୍ମଦିନ

ପଥ ହେଉ ଉନ୍ନତିର।୧।


ଦେବୀ ଦୁର୍ଗାଙ୍କର କରୁଣାଟି ରହୁ

ଜଗନ୍ନାଥ ଆଶୀର୍ବାଦ,

ମିଳୁଟି ତତେରେ ଉଜ୍ଜ୍ୱଳ ଭବିଷ୍ୟ

ମହାଦେବ ଆଶୀର୍ବାଦ।୨।


ଗୁରୁଜନ ପ୍ରତି ରହୁ ଆଦରଟି 

ଗୁଞ୍ଜୁ ଭକ୍ତି ପ୍ରେମ ଶ୍ରଦ୍ଧା,

ସମଭାବ ମନ୍ତ୍ର ଧରିଣ ଜୀବନେ

କର୍ମପଥେ ରହୁ ଶ୍ରଦ୍ଧା।୩।


ସୁନାମଟି ମିଳୁ କାର୍ଯ୍ୟକ୍ଷେତ୍ରେ ତତେ

ଏହି ଆଶୀର୍ବାଦ ମୋର,

ସବୁ ବିଘ୍ନବାଧା ଦୂର ହୋଉ ଯାଉ

ମିଳୁ ଖୁସିର ସଂସାର।୪।


ଜଗନ୍ନାଥ ଦୟା ସଦା ରହି ଥାଉ

କରେ ଭକ୍ତି ତାଙ୍କୁ ନିତି,

ଇଷ୍ଟଦେବୀ ଦୁର୍ଗେ ପୂରଣ କରିବେ

ଅଭିଳାଷ ତୋର ନିତି।୫।


ହେଉ ଶିକ୍ଷା କ୍ଷେତ୍ରେ ଅପାର ପ୍ରଗତି

ଗୁଞ୍ଜୁ ଥାଉ ନାମ ତୋର,

କାଳିଆଙ୍କ ଦୟା ମିଳୁ ଥାଉ ତତେ

ଏତିକି ଗୁହାରି ମୋର।୬।


ସରସ୍ୱତୀ ଦୟା ଅବଶ୍ୟ ମିଳିବ

ହେବୁ ଜ୍ଞାନବାନ ତୁହି,

ଜ୍ଞାନବାନ ହୋଇ ଶିକ୍ଷା ଦେଉ ଥିବୁ

ଆଦର୍ଶ ହୋଇବ ସେହି।୭।


ଚଲାପଥ ହେଉ ସୁଗମଟି ତୋର

ଏହି ଆଶୀର୍ବାଦ ମୋର,

ମଙ୍ଗଳମୟଟି ହେଉ ଜନ୍ମଦିନ

ପଥ ହେଉ ଉନ୍ନତିର।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍