STORYMIRROR

Arundhati Jena

Others

3  

Arundhati Jena

Others

ଶୁଭକାମନା

ଶୁଭକାମନା

1 min
383

ହେମ ସକାଳର ଘାସର ଉପରେ

ବୁନ୍ଦା ବୁନ୍ଦା ପଡେ କାକର 

ଢଳ ଢଳ ହେଇ ମନକୁ ଛୁଅଁଇ

ନବଜାତ ଶିଶୁ ଆଗମନର । 

ତୋ ଜନ୍ମଦିନ ମନେ ପକେଇ ମୁଁ

ସବୁବେଳେ ଖୁସି ହୁଏ

ମାତୃତ୍ଵ ଲାଭରେ ନାରୀର ପୂର୍ଣ୍ଣତା

ଜକ ଜକ ଦିଶୁଥାଏ ।

ଯେଉଁଦିନ ତୋତେ ମୋ ଛାତିରେ ଭିଡି

ଅତି ଆଦରରେ ନେଲି

ସବୁ ଖୁସି ଧନ ମିଳିଗଲା ମୋତେ

ଭାବିକି ମୁଁ ଖୁସି ହେଲି।

କୁନି କୁନି ଓଠ ଗୁଲୁ ଗୁଲୁ କଥା

ଅଧା ବୁଝି ହୁଏ ନାହିଁ

ତଥାପିରେ ଧନ ସବୁ ସମୟରେ

ମନ ମୋର ନେଉ ମୋହି।

ଠୁକୁ ଠୁକୁ ଚାଲି ଉଠି ପୁଣି ପଡି

କେତେ ଖୁସି ବିଞ୍ଚିଦେଉ

ତୋତେ ଦେଖି ଧନ ଭାରି ଭଲ ଲାଗେ

ତୋ ଜୀବନ ମଧୁମୟ ହେଉ।

ତୋ ଅଜା ଆଈ ପରି ତୁ ଯେବେ ଧନ

ମୋ ନାଁକୁ ଧରି ଡାକୁଥାଉ

ହସର ଜୁଆର ବନ୍ଧ ବାଡ ଡେଇଁ

ମନେ ହେଉଥାଏ ହାଉଜାଉ।

ଜଗତର ନାଥ ଆହେ ଜଗନ୍ନାଥ

ଗୁହାରି କରେ ମୁଁ ନୀତି

ମୋ ଧନକୁ ତୁମେ ଭଲ ମଣିଷ ଟେ

କର ଆହେ ଚକାଆଖି।

ହେମ ସକାଳର ଘାସର ଉପରେ

ବୁନ୍ଦା ବୁନ୍ଦା ପଡେ କାକର 

ଢଳ ଢଳ ହେଇ ମନକୁ ଛୁଅଁଇ

ନବଜାତ ଶିଶୁ ଆଗମନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍