STORYMIRROR

Santanu Bisoi

Others

3  

Santanu Bisoi

Others

ଶୁଭେଚ୍ଛା

ଶୁଭେଚ୍ଛା

1 min
350

ଦିନ ଚାଲିଯାଏ ସମୟ ବି ଯାଏ

ସମୟ ସ୍ରୋତରେ ଆମ୍ଭେ,

ସମ୍ପର୍କଟା କିନ୍ତୁ ଲୌହ ସ୍ତମ୍ଭ ଭଳି

ଉଭା ହୋଇଅଛି ଦମ୍ଭେ ।।


ଗଲାଣି କଟି କେତେଯେ ଖ୍ରୀଷ୍ଟାବ୍ଦ

ଯାଇଅଛି କେତେ ଆଶା

ଶୁଭେଚ୍ଛା ଜଣାଏ, ନୂତନ ବର୍ଷର

ଫେଇ ଦେଉ ନବ ଦିଶା ।।


ସୁଖର ନିର୍ଝର ଝରି ଝରି ଯାଉ

ଜୀବନରେ ପ୍ରତୀକ୍ଷଣ

ପ୍ରତିଦିନ ଆସୁ ନୂଆ ସମ୍ଭାବନା

ନେଇ "ବରଷ ନୂତନ" ।।


ମାଆ ସମଲେଇ କରୁଣା କରନ୍ତୁ

ମେଟାକାନି ଆଶୀର୍ବାଦ,

ବିମ୍ବଲେଶ୍ୱରଙ୍କ କରୁଣାର ଧାରା

ଝରୁ ହୋଇ ମକରନ୍ଦ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍