ଶୁଭ ସକାଳ
ଶୁଭ ସକାଳ
1 min
249
ସକାଳୁ ସକାଳୁ ତୁମ ଦର୍ଶନ କଲେ
ଦିନଟି ମୋର ସୁଖରେ ଚଳେ
ହେ ପ୍ରଭୁ ଜଗନ୍ନାଥ ତୁମେ ପରା
ସାରା ବିଶ୍ୱର ନାଥ ।
ନୀତି ଧରେ ପ୍ରଭୁ ସଞ୍ଚରୁ ସକାଳ
ଖାଲି ଜଗନ୍ନାଥ।।
କରୁଣା ତୁମର ଥରେ ମୋ ଉପରେ ଥାଉ।
ତୁମ ନାମ ଗାଇ ଗାଇ ମୋ ଏ ଜୀବନ ଯାଉ।
ଧନ୍ୟ ହେଲି ପ୍ରଭୁ ଏ ଦୁନିଆରେ ଆସି ଖୁସି ମନ।
କେତେ ଜନ୍ମ ପରେ ଦେଲ ମୋତେ ମଣିଷ ଜୀବନ ।
ମିଛ ମାୟା ମୋହ ଦୁନିଆ ତୁମର
କେତେ ପାପ ପୁଣ୍ୟ କେତେ ଧରମ
ସବୁ ଦିନ ଭଲ କରିବି କରମ।।
ଏତିକି ଗୁହାରି କରୁଛି ପ୍ରଭୁ
ମୋ ଉପରେ ରଖି ଥିବା ତୁମ ହାତ।
ଜୀବନ ଥିବା ଯାଏ ଗାଉଥିବି ତୁମ ଭଜନ ଗୀତ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।।
