ଶୁଭ ଵିଵାହ
ଶୁଭ ଵିଵାହ


ଦୁଇ ଗୋଟି ମନ ପ୍ରାଣ ର ମଧୁ ସମନ୍ୱୟ
ସ୍ଥିରୀକୃତ ହୁଏ ସ୍ଵର୍ଗରେ
ଆଉ ପ୍ରତିଫଳିତ ହୁଏ ମର୍ତ୍ତ୍ୟରେ
ସୌଜନ୍ୟ ସମପ୍ରିତ୍ତମ ।
ପରିବାର ତଥା ଜ୍ଞାତି କୁଟୁମ୍ବ ଙ୍କ ଗହଣରେ
ଶୁଭ ଆଶିଷ ର କେରା କେରା ଛିଟାରେ
ଏମିତି ବି ହୁଏ ପ୍ରୀତି ମୁଲ୍ୟ ଦ୍ବିଗୁଣିତ ହୁଏ
ସାନ ଭାଇ ଭଉଣୀ ଙ୍କ ମିଠା ମିଠା ।
ଓଠ ଚିପା କଥାରେ
ହେଇ ପାରେ ସେ ମନ ରାଜି
ଅଥବା ବିଭା ବେଦୀରେ ସାତ କଳସ ଆଠ ଦ୍ବୀପ ଛୁଇଁ
ଜନ୍ମ ଜନ୍ମାନ୍ତର ଯାଏ ଏକାଠି ରହିବା ର ପ୍ରତିଶ୍ରୁତି,
ନତୁବା ଦିଅଁ କୁ ସାକ୍ଷୀ ରଖି ପରସ୍ପର ସହ ମଧୁ ସମ୍ପର୍କରେ ଆବଦ୍ଧ ।ହେବାର ସମାଜିକ ନିଶା,
ସେ ଯାହା ହେଉନା କାହିଁକି
ଗୋଟିଏ ପାତ୍ର ରୁ ଖୁଣ୍ଟି ଖାଣ୍ଟି ଖାଇ
ପରମ ତୃପ୍ତି ଲଭନ୍ତି ଦୁଇ ପ୍ରେମ ପକ୍ଷୀ ।
ଇଛା ହୁଏ ସାଥୀ ହୋଇ ଉଡଉଡ଼ି ବୁଲିବାର
ଦୁଃଖ ସୁଖରେ ସମଭାଗୀ ହେଇ
ବସା ଟିଏ ବାନ୍ଧି ଦିନ ରାତି ଝୁଲିବାର,
ତା ପରେ,
କରିବାକୁ ଆଗାମୀ ଭବିଷ୍ୟତ ଵଂଶ ସ୍ଵାକ୍ଷର
ସମ୍ପର୍କ ର ମଧୁ ଅର୍କରା ।