ଶୁଭ ଦୃଷ୍ଟି
ଶୁଭ ଦୃଷ୍ଟି
କିପରି ଗଢି ତୋଳିବା ସୁନ୍ଦର ସ୍ୱାସ୍ଥ୍ୟ ଏହି
କର୍ମମୟ ଜୀବନ ଭିତରେ
ଏହି ଗୋଟିଏ ପ୍ରଶ୍ନ ସବୁବେଳେ ଆସି ଥାଏ
ମଣିଷର ମନର ମଧ୍ୟରେ
ସ୍ୱାସ୍ଥ୍ୟ ଭଲ ରହେ ଯଦି ସର୍ବଦା ମନକୁ
ପ୍ରଫୁଲ୍ଲିତ କରି ରଖିବା
ମାନସିକ ଶାନ୍ତି ଏକ ରୋଗ ପ୍ରତିରୋଧ
ଶକ୍ତି ଏହାକୁ ମନେ ରଖିବା
ଭରିଥାଏ ମାନସିକ ଶାନ୍ତି ମଣିଷର ଅନ୍ୟକୁ
ହସ ବାଣ୍ଟି ପାରିଲେ
ନିଜେ ତେବେ ରହିବା ଖୁସିରେ ଅନ୍ୟର ହସକୁ
ଦେଖି ପାରିଲେ
ଦୃଷ୍ଟିଶକ୍ତି ଅଛି ଗଢିଛି ପ୍ରକୃତି ଏଇ ମଣିଷର
କେତେ ଯତନରେ
ଅମୂଲ୍ୟ ଏହି ନୟନ ଦୁଇଟି କେବେ ଢଳ ଢଳ
କେବେ ଛଳଛଳ ହୁଏରେ
ମନରେ ଖେଳଇ ଅୟୁତ ସପନ ଓ ଭାବନା
ଲହରୀ ଆଖି ଯାଏ ବହୁ ଦୂରେ
ଆଖି ପାଇଁ ମଣିଷ ସୁଖେ ହସୁ ଥାଏ ଦୁଃଖେ
କାନ୍ଦଣା ହୃଦୟରୁ ଉଙ୍କି ମାରେ
ଏହି ଆଖି ଦୁଇଟି ପାଇଁ ବହିଥାଏ ମଣିଷରେ
ପ୍ରଣୟର ପ୍ରଶାନ୍ତ ସାଗର
ଆଖି ର ଭାଷାରେ ଖେଳାଏ ସୁନେଲୀର ହ୍ରଦ
ମଣିଷେ ପ୍ରେମ ସେନେହର
କ୍ରୋଧ ମନ ମଧ୍ୟେ ପ୍ରକାଶେ ଯେବେ ମନୁଷ୍ୟ
ଘୃଣା ଅସୂୟା ଭାବ ଦେଖେ
ହିଂସା ଈର୍ଷା ଦ୍ୱେଷ ମନରେ ବିକଶେ ଯଦି
ବିଷାକ୍ତ ଚାହାଣୀ ଦେଖେ
ଯେତେ ଧର୍ମାନ୍ଧ ମତାନ୍ଧ ସାମ୍ପ୍ରଦାୟିକବାଦୀ ଏ
ସଂସାରରେ ରଖିଛନ୍ତି ଦୁଇଟି ଆଖି
କିନ୍ତୁ ସେମାନେ କଳା ନାଲିଆ ଗେରୁଆ ସବୁଜ
ଚଷମା ଧରି ଅଛନ୍ତି ଆଖିରେ ରଖି
ମନରେ ଆଖିରେ ଶୁଭ ଦୃଷ୍ଟି ଥିଲେ ଜୀବନରେ
ଅମୃତ ପଡ଼ିବ ଝରି
ଏ ଶୁଭ ଦୃଷ୍ଟିରେ ହୋଇପାରେ ଦିବା ସ୍ୱପ୍ନ ସଭିଏଁ
ସୁନ୍ଦର ସମାଜ ପାରିବା ଗଢି ତୋଳି
