STORYMIRROR

Chittaranjan Nanda

Others

3  

Chittaranjan Nanda

Others

ଶୁଭ ଦୃଷ୍ଟି

ଶୁଭ ଦୃଷ୍ଟି

1 min
297

କିପରି ଗଢି ତୋଳିବା ସୁନ୍ଦର ସ୍ୱାସ୍ଥ୍ୟ ଏହି

କର୍ମମୟ ଜୀବନ ଭିତରେ

ଏହି ଗୋଟିଏ ପ୍ରଶ୍ନ ସବୁବେଳେ ଆସି ଥାଏ

ମଣିଷର ମନର ମଧ୍ୟରେ


ସ୍ୱାସ୍ଥ୍ୟ ଭଲ ରହେ ଯଦି ସର୍ବଦା ମନକୁ 

ପ୍ରଫୁଲ୍ଲିତ କରି ରଖିବା

ମାନସିକ ଶାନ୍ତି ଏକ ରୋଗ ପ୍ରତିରୋଧ 

ଶକ୍ତି ଏହାକୁ ମନେ ରଖିବା


ଭରିଥାଏ ମାନସିକ ଶାନ୍ତି ମଣିଷର ଅନ୍ୟକୁ 

ହସ ବାଣ୍ଟି ପାରିଲେ

ନିଜେ ତେବେ ରହିବା ଖୁସିରେ ଅନ୍ୟର ହସକୁ

ଦେଖି ପାରିଲେ


ଦୃଷ୍ଟିଶକ୍ତି ଅଛି ଗଢିଛି ପ୍ରକୃତି ଏଇ ମଣିଷର

କେତେ ଯତନରେ  

ଅମୂଲ୍ୟ ଏହି ନୟନ ଦୁଇଟି କେବେ ଢଳ ଢଳ 

କେବେ ଛଳଛଳ ହୁଏରେ


ମନରେ ଖେଳଇ ଅୟୁତ ସପନ ଓ ଭାବନା 

ଲହରୀ ଆଖି ଯାଏ ବହୁ ଦୂରେ

ଆଖି ପାଇଁ ମଣିଷ ସୁଖେ ହସୁ ଥାଏ ଦୁଃଖେ 

କାନ୍ଦଣା ହୃଦୟରୁ ଉଙ୍କି ମାରେ


ଏହି ଆଖି ଦୁଇଟି ପାଇଁ ବହିଥାଏ ମଣିଷରେ

ପ୍ରଣୟର ପ୍ରଶାନ୍ତ ସାଗର 

ଆଖି ର ଭାଷାରେ ଖେଳାଏ ସୁନେଲୀର ହ୍ରଦ

ମଣିଷେ ପ୍ରେମ ସେନେହର  


କ୍ରୋଧ ମନ ମଧ୍ୟେ ପ୍ରକାଶେ ଯେବେ ମନୁଷ୍ୟ 

ଘୃଣା ଅସୂୟା ଭାବ ଦେଖେ 

ହିଂସା ଈର୍ଷା ଦ୍ୱେଷ ମନରେ ବିକଶେ ଯଦି

ବିଷାକ୍ତ ଚାହାଣୀ ଦେଖେ


ଯେତେ ଧର୍ମାନ୍ଧ ମତାନ୍ଧ ସାମ୍ପ୍ରଦାୟିକବାଦୀ ଏ 

ସଂସାରରେ ରଖିଛନ୍ତି ଦୁଇଟି ଆଖି

କିନ୍ତୁ ସେମାନେ କଳା ନାଲିଆ ଗେରୁଆ ସବୁଜ

ଚଷମା ଧରି ଅଛନ୍ତି ଆଖିରେ ରଖି 


ମନରେ ଆଖିରେ ଶୁଭ ଦୃଷ୍ଟି ଥିଲେ ଜୀବନରେ

ଅମୃତ ପଡ଼ିବ ଝରି 

ଏ ଶୁଭ ଦୃଷ୍ଟିରେ ହୋଇପାରେ ଦିବା ସ୍ୱପ୍ନ ସଭିଏଁ

ସୁନ୍ଦର ସମାଜ ପାରିବା ଗଢି ତୋଳି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍