STORYMIRROR

Snigdha Nayak

Others

5.0  

Snigdha Nayak

Others

ଶୁଭ ଦୀପାବଳୀ ସ୍ବଚ୍ଛ ଦୀପାବଳୀ ।

ଶୁଭ ଦୀପାବଳୀ ସ୍ବଚ୍ଛ ଦୀପାବଳୀ ।

1 min
13.5K




ଆସୁଛି ଶୁଭ ଦୀପାବଳୀ ପାଳିବା ସ୍ବଛ ଦୀପାବଳୀ

ଏ ବରଷ ରୁ ଫଟାକା ପାଇଁ କରିବିନି ଆଉ ଅଳି


ଘର ଗୁଡିକ ହୋଇବେ ସଜେଇ କେତେ ରଙ୍ଗବିରଙ୍ଗେ

ସଭିଏଁ ପାଳିବେ ପରବ ନେଇ ମନରେ ଖୁସିର ତରଙ୍ଗ


ବିଦେଶୀ ବତୀ ବଦଳେ କିଣିବା ଏ ବରଷ ମାଟିଦିପ

ନ ହୋଇଲେ କୁମ୍ଭାର ଭାଇ ର ପରମ୍ପରା ହେବ ଲୋପ


ଅଗଣା ରେ ବସି ଆଇ କରୁଛି ତିଆରି ସଲିତା ଶିଖା

ବୋଉ ଆଙ୍କିବ ପଂଚମୁରୁଯେ ମନ ମୋହଣୀଆ ଚିତା


କରିବୁ ତିଆରି ସଭିଏଁ ମିଶି ନାନା ରକମର ମିଠା

ଭାଇ ସଂଗେ ଯାଇ ପଡ଼ୋଶୀ ଙ୍କୁ ବାଣ୍ଟିବି ଦି'ଦିଟା


ଦେଇ ଆମ୍ବ ତୋରଣ ,ଫୁଲମାଲେ ସଜାଇଘର ଜଳିବି ଦୀପ

ଖୁସିରେ ଅନାଉଥିବେ ସଭିଏଁ ଯିଏ ସେ ବାଟ ଦେଇ ଯାଉଥିବ


ସଂଧ୍ୟାସମୟେ ମା ଲକ୍ଷ୍ମୀ ପ୍ରତିଗୄହେ ପାଇବେ ଲୋ ପୂଜା

ଲାଗିବ ଭୋଗ ବିଭିନ୍ନ ରକମର ଫଳମୂଳ ,ମିଠା ଓ ଖଜା


ଜାଗାକୁ ଜାଗା ଲାଗିବ ଖର୍ପର ଧାରିଣୀ ମା କାଳୀଙ୍କ ମେଢ଼

ଚାଲିବ ରାତିସାରା ଚଣ୍ଡୀପାଠ ଆଉ ଲାଗିବ ଲୋକଙ୍କ ଭିଡ଼


ଆସୁଛି ଦୀପାବଳୀ ଚାରିଆଡେ ହେଲାଣି ଲୋ ସଜା

ଖୁସିରେ ଗଣୁଛି ଦିନ ସଭିଏଁ ମିଶି କରିବୁ ଭାରି ମଜା


ମାମୁଁ ମାଇଁ ଆସିବେ ନେଇ ବାଣ ଆଉ ଫୁଲଝରି

ଆତିସ ବାଜି ପାଇଁ ସିଧାସଳଖ ଦେବି ମୁଁ ମନାକରି


ବିଷାକ୍ତ ଧୂଆଁରେ ଚାଲିଯାଏ କେତେ ଜୀବଙ୍କ ଜୀବନ

କରିଛି ମନ ସୁରକ୍ଷିତ ପରିବେଶ କରିବି ମୁଁ ଗଠନ


ହେଲେ ସମସ୍ତଙ୍କୁ କହିବି ମୁଁ ଆଜି ଗୋଟିଏ ସୁନ୍ଦର କଥା

ପରବ ସିନା ପରବ ତେବେ, ନ ହେବ କାହାକୁ ଯେବେ ବ୍ୟଥା


ବିନା ପ୍ରଦୂଷଣେ ପାଳିବା ପରବ ଆମେ ଯେବେ

ସ୍ବଛ ପରିବେଶେ ମନ ଖୁସିରେ ରହିବା ସେବେ


ସମସ୍ତ ଜଗତ ବାସୀଙ୍କୁ ମୋର ଏଇ ଗୋଟିଏ ଅନୁରୋଧ

ସମସ୍ତ ଭାଇ ଭଉଣୀ ରଖିବ ମୋକଥା ନ ହୋଇ କ୍ରୋଧ


ପାଳିବା ଚାଲ ଏକ ସ୍ବଛ ସୁନ୍ଦର ଦୀପାବଳୀ

ପ୍ରଦୂଷଣ ଯୁକ୍ତ ଫଟାକା ପାଇଁ କରିବାନି ଅଳୀ

ସ୍ନିଗ୍ଧା ନାୟକ, କୋଟା, ରାଜସ୍ଥାନ ।


Rate this content
Log in