ଶୁଭ ବିବାହ
ଶୁଭ ବିବାହ
1 min
635
ଈଶ୍ୱର ଗଢନ୍ତି ପବିତ୍ର ବନ୍ଧନ
ଦୁଇ ମନ ହୁଏ ଏକ
ଦୁହିଁଙ୍କର ଆତ୍ମା ହୁଅଇ ଏକତ୍ର
ଜୀବନରେ ଭରେ ସୁଖ ।
ସମାଜ ସ୍ୱୀକୃତ ବନ୍ଧନ ଏଇ ତ
ଶୁଭ ବିବାହର ରୂପ
ଆଶା ବିଶ୍ୱାସର ଅତୁଟ ସମ୍ପର୍କ
ସାତ ଜନମର ତପ ।
ଶଙ୍ଖା ଚୁଡ଼ି ନାଇ ବଧୂବେଶ ହୋଇ
ନାରୀ ଆସେ ଶାଶୂଘର
ଅଜଣା ସାଥୀଟେ ହୁଏ ଆପଣାର
ନିଜ ଘର ହୁଏ ପର ।
ବିବାହ ବେଦୀରେ ହୋମ ନିଆଁ ସାକ୍ଷୀ
ଗଢିବାକୁ ପରିବାର
ହାତେ ହାତ ଛନ୍ଦି ଶପଥ ନିଅନ୍ତି
ଯୋଡିବାକୁ ସ୍ନେହ ଡୋର ।
ପ୍ରେମ ପ୍ରଣୟର ଅଧିକାର ନେଇ
ଗଢ଼ିଥାନ୍ତି ଏକ ନୀଡ଼
ସଂସାର ଜଞ୍ଜାଳେ ନିଜକୁ ହଜାନ୍ତି
ମନପ୍ରାଣ କରି ଦୃଢ଼ ।
କେତେ ସୁଖଦୁଃଖ ସହିବାକୁ ହୁଏ
ସମାଜର ପଥଧାରେ
ତଥାପି ସମ୍ପର୍କ ଅମଳିନ ଥାଏ
ଦୁହିଁଙ୍କର ଜୀବନରେ ।