STORYMIRROR

Sandhyarani dash

Others

4  

Sandhyarani dash

Others

ଶତ ପ୍ରଣିପାତ ଘେନ

ଶତ ପ୍ରଣିପାତ ଘେନ

1 min
140

ଓଡ଼ିଶା ରାଜ୍ୟର ଜିଲ୍ଲା ବାଲେଶ୍ବର

ଗ୍ରାମ ଯେ କେଦାରପୁର,

ସୁନ୍ଦର ତାରିଣୀ ଔିରସୁ ଜନମ

ଜ୍ଞାନ ଦ୍ରୁମ ଓଡ଼ିଶାର।

ପାଞ୍ଚ ବରଷ ରେ ମାତାକୁ ହାରିଲ

ଜୀବନ ଯୁଦ୍ଧ କ୍ଷେତ୍ରରେ,

ମହା କାବ୍ୟ ମାଳା ଓଡ଼ିଆ ଶବ୍ଦରେ

ରଚିଲ ଅତି ଭାବରେ।

ରାୟ ବାହାଦୁର ସମ୍ମାନକୁ ତୁଚ୍ଛ

ମାତୃ ପ୍ରେମ ଯହିଁ ନାହିଁ,

ଓଡ଼ିଆ ଭାଷାର ଗର୍ବ ଗାରିମାରେ

ଝଡ଼ର ସଂଗ୍ରାମ ତହିଁ।

ଶୟନେ ସପନେ ଓଡିଶା ପ୍ରୀତିର

ଜାଗରଣ ହୋଇ ଥିଲ,

ପିଲାଟି ଦିନରୁ ଭାଷାର ସମ୍ମାନ

ଲେଖନୀରୁ ଲେଖିଥିଲ।

ସାଧନା ସିଦ୍ଧିରେ ଭାଷାର ସୁମନ

ଭାବନାରେ ତୋଳି ଦେଲ,

ତୁମର ସେ ତ୍ୟାଗ ଚତୁର୍ଦ୍ଦିଗ ବାସେ

ମହିରେ ଜାଗୃତି କଲ।

ଚୀର ସ୍ମରଣୀୟ ଓଡ଼ିଶା ଗୌରବ

ସବୁରି ପ୍ରାଣ ସ୍ପନ୍ଦନ

ଚରଣେ ତୁମରି ଢାଳୁଛି ଅଞ୍ଜଳି

ଶତ ପ୍ରଣିପାତ ଘେନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍