ଶରତରେ କାଶତଣ୍ଡୀ
ଶରତରେ କାଶତଣ୍ଡୀ
1 min
14.5K
ଶୁଭ୍ର ଶୁଭ୍ର ଚଅଁରରେ ଭେଳା ଭେଳା
ଦିଶେ ଯେହ୍ନେ ତୁଳା।
ସମୀରଣ ପରସରେ ଦୋଳାୟିତ
ପ୍ରୀତିରେ ବାଉଳା।
ଆକାଶରୁ ଖସିଲାଣି ବଉଦର ମାଳା
ପୃଥିବୀରେ ଚାଲେ ଏବେ ବଉଦଙ୍କ ଳିଳା।
ସବୁଜ ଧାନ୍ୟ କେଦାରେ ସବୁଜିମା ଭରି।
ସ୍ଥାନେ ସ୍ଥାନେ ଶୁଭ୍ରତାର ଲାଗିଛି କିଆରୀ।
ପୃଥିବୀ ବୁକୁରେ ଖଣ୍ଡ ଖଣ୍ଡ ମେଘସରି।
ନାଚୁଥାଏ କାଶତଣ୍ଡୀ କେଣ୍ଡା ସଜକରି।
ନରମ ନରମ ସ୍ନିଗ୍ଧ ବରଫ ଧବଳ।
ଶିମୁଳୀର ତୁଳା ସମ ଧବଳ କୋମଳ।
ଶରତର ଆଗମନୀ ଗାଏ ସଂଗୀତରେ।
ସୁରଭିତ ହେଉଥାଏ କିଆ କେତକୀରେ।
ଶୁଭ୍ରତାର ସ୍ବଚ୍ଛତାର ହୋଇ ବାର୍ତା ବହ।
ଦୁର୍ଗାଙ୍କର ସ୍ବାଗତରେ ସାଜିଲାଣି ଦେହ।
ପବିତ୍ରତା ଛାଇଦିଏ ପୃଥ୍ବୀରୁ ଆକାଶ
ଶରତ ସୁନ୍ଦର ଆଗେ ଫିକା ଅନ୍ୟ ମାସ।
ମାଧବୀ ପଟେଲ।
