ଶରତର ଆନମନା
ଶରତର ଆନମନା
1 min
341
ଚାରିଆଡେ କାଶତଣ୍ତୀ ହସୁଛି
ନୀଳ ଆକଶରେ ମେଘର ଶବଦ
କୋହଲା ପବନର ଆନମନା
ଉପନିତ ପାର୍ବଣର ମୂହୁରତ
ଦେବୀ ଦୁର୍ଗା ଆସୁଛନ୍ତି ପରା
ପୁଲକିତ ସବୁ ମନର ଆନନ୍ଦ
ଅନ୍ତର ଭରା ଶ୍ରଦ୍ଧା ଆଉ ସ୍ନେହ
ପିଠେ ବିଜେ ହୁଅନ୍ତି ମା, ଦୁର୍ଗା
ମହା ଆଡମ୍ବରେ ମଣ୍ତପ
ଇଏ ଶରତର ଆଗମନର ବାସ୍ନା
ପୋଖରିର କଇଁଫୁଲ ଫୁଟିବାର ଦ୍ଢଶ୍ୟ
ଗଙ୍ଗଶିଉଳିର ବାସ୍ନାର ସାମ୍ରାଜ୍ୟ
ଲେଖାହୁଏ କବିର ଶିଶିରର
ଆଲଖ୍ୟ କବିତା
ଗାଁଠୁ ସହର ନେଇ କୋଳାହଳ
ମନର ଅଗଣାରେ ସ୍ମୁତିର ଦର୍ପଣ
ଅନ୍ତରେ ଲଗାଇ ନିଆଁ ଶରତରେ
ତୁମେ କିନ୍ତୁ ଦିଅନାହିଁ ଧରା
ତମେ ଖାଲି ସ୍ମୁତିରେ ରହିଯାଅ
କରୁଥାଅ ଖାଲି ମୋତେ ଅନାମନା
