STORYMIRROR

Apalata Aruk

Others

3  

Apalata Aruk

Others

ଶରତ ସ୍ୱାଗତ

ଶରତ ସ୍ୱାଗତ

1 min
200


ହେ ଶରତ ସୁସ୍ୱାଗତ ବିରାଜ ମହୀରେ,

ଅଗସ୍ତି  ଅପରାଜିତା  ବଧୂଲି  ଫୁଲରେ ।


ଆସ ତମେ କାଶତଣ୍ଡୀ ଧବଳ ଆଭାରେ,

ସଜଫୁଟା  ଶେଫାଳିର  ସ୍ନିଗ୍ଧ ମହକରେ ।


ତମେ ଆସ  ପ୍ରସ୍ଫୁଟିତ  କୁମୁତ କମଳେ,

ନିର୍ମଳ ଜ୍ୟୋତ୍ସ୍ନାରେ ଆସ ତାରାଫୁଲମେଳେ ।


ଆସ ତମେ ଅପରୂପ ଶୋଭା ସମ୍ଭାରରେ,

ବର୍ଣ୍ଣମୟ  ହେଉ  ଧରା ତୁମରି  ସ୍ପର୍ଶରେ ।


ଆସ ପୁଣି ନାନାବିଧ  ପାର୍ବଣ ସଙ୍ଗରେ,

ପୁଲକିତ ହେଉ  ପ୍ରାଣ  ଦିବ୍ୟାନୁଭବରେ ।



Rate this content
Log in