Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Others

5  

Bidulata Sahoo

Others

ଶରତ ଆସିଛି

ଶରତ ଆସିଛି

1 min
473



ଅଶିଣମାସିଆ ଶିରିଶିରି ବାଆ

            ଛୁଇଁଲାଣି ଆସି ଧରଣୀ,

ପଚରପଚର କାଦୁଅକୁ ନେଇ

             ବରଷା ନେଲାଣି ମେଲାଣି |

ନଦୀପଠା ପୁଣି ବିଲପାଟପରେ

             ଶୁଭ୍ର କାଶତଣ୍ଡି ଫୁଟିଛି,

ହୀରାମୁକୁଟକୁ ମଥାରେ ନାଇସେ

             ମୁରୁକି ମୁରୁକି ହସୁଛି |

ଦୂରଆକାଶରେ ଧଳାମେଘ ଖଣ୍ଡ

              ଭିଣା ତୁଳାପରି ଭାସୁଛି,

ନଦୀ ଦରପଣେ ନିଜ ଛବିଦେଖି

             ଖୁସିରେ ମନତା ନାଚୁଛି |

ନୀଳ ଆକାଶରେ ରଙ୍ଗ ବୁଣିବୁଣି

             ପ୍ରଜାପତି ଉଡେଛଟକେ,

କେଡେ ମନୋହର ଶୋଭା ଦେଖି ତାର

             ମନ ତା ପାଖରେ ଅଟକେ |

ଅଶୀଣକ୍ଷେତରେ ସୋରିସୋରି ବାଆ

            କାଟିଥାଏ ଯେବେ ଭଉଁରି,

ଲାଗଇ ସତେକି ଶାଗୁଆ ସାଗରେ

              ଉଠୁଛି ସାଗୁଆ ଲହରି |

ବାଡିରେ ବାଡିରେ ଜହ୍ନିଫୁଲ ଲଟା

             ଜହ୍ନିଫୁଲ ଭାରି ଫୁଲେଇ,

ସଞ୍ଜଗଲେ ନଇଁ ଦେଖି ତାର ଛଇ

              ତାରା ଦିଏ ମୁହଁ ଲୁଚେଇ |

ପୋଖରୀରେ ଫୁଟି ନାନାରଙ୍ଗ କଇଁ

             ଖୁସିରେ ଆକାଶେ ଚାହିଁଛି,

କଇଁଆଡେ ଚାହିଁ ସାରାରାତି ଜହ୍ନ

              ରୁପେଲି ଜୋଛନା ଢ଼ାଳୁଛି |

ସଞ୍ଜନଇଁଗଲେ ଶେଫାଳିଫୁଲର

            ଭୁରୁଭୁରୁ ବାସ ଚହଟି,

ପବନ ଢ଼େଉରେ ଦୋଳି ଖେଳିଖେଳି

             ଚଉଦିଗ ଉଠେ ମହକି |

ଜଳ ନିରିମଳ, ସ୍ଥଳ ନିରିମଳ

             ନିରିମଳ ଦିଶେ ଆକାଶ,

ରାତି ନିରିମଳ,ଦିନ ନିରିମଳ

              ସବୁଆଡ ଲାଗେ ସରସ |

ପ୍ରକୃତିକୁ ଚାହିଁ ପଚାରିଲି କାହଁ

              ସବୁ ନିରିମଳ ଦିଶୁଛି,

ହସିଦେଇ ମୋତେ ପ୍ରକୃତି କହିଲା

            ଶରତ ମରତେ ଆସଛି |


Rate this content
Log in