STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ଶରତ ଆସିଛି

ଶରତ ଆସିଛି

1 min
27.6K



ଶରତ ଆକାଶେ ଶାରଦୀୟ ଶୋଭା

କାଶତଣ୍ଡି ଧୀରେ ହସେ

ପାର୍ବଣର ଋତୁ ଲହଡି ଭାଙ୍ଗୁଛି

ଦିନ ମହ ମହ ବାସେ ।।


ସବୁଜ କେଦାର ଶୋଭାର ଭଣ୍ଡାର

ସୁନେଲି କିରଣେ ଖେଳେ

ସଂଜ ନଇଁ ଗଲେ ତମିସ୍ରା ବଳୟେ

ଲୁଚେ ବିଭାବରୀ କୋଳେ ।।


ବରଷାର ସ୍ବର ବିଜୁଳି ଚମକ

ଯାଏ ଅପସରି ଦୂରେ

ରଜତ ଜୋଛନା ଜହ୍ନ ଢାଳିଦିଏ

ଧରଣୀ ର ବୁକୁ ପରେ ।।


ନୀଳ ଉର୍ମିମଳା ଗାଉଛି ସଂଗୀତ

ସାଗରର ବୁକୁ ଛୁଇଁ

ବେଳାଭୂଇଁ ନାଚେ ସେ ସଂଗୀତ ସୁରେ

ତା ଥେଇ ତା ଥେଇ ଥେଇ ।।


ଧରଣୀ ରାଣୀ ର ପଣତ କାନିରେ

ଆଶିଷ ପୀୟୂଷ ଧାରା

ଆକାଶ ପଥରୁ ପୁଷ୍ପ ବୃଷ୍ଟି ହୁଏ

ଚଉଦିଗ ବାସ ଭରା ।।


ଶୁଭ ଶଙ୍ଖନାଦ ଶୁଭେ ଶୁଭ କ୍ଷଣେ

ଘଣ୍ଟ ଘଣ୍ଟା ତୁରୀ ଭେରୀ

ମା' ଆସିଛନ୍ତି ମରତ ମଣ୍ଡଳେ

ଖଣ୍ଡା ଖର୍ପରକୁ ଧରି ।।


ମେଦିନି କମ୍ପୁଛି ସରଗ ହସୁଛି

ଜୟ ମାତା ଦଶଭୂଜା

ଦୁର୍ଗତି ନାଶିନୀ ମହିଷମର୍ଦ୍ଦିନୀ

ସଗର୍ବେ ପାଆନ୍ତି ପୂଜା ।।


ଶରତ ଆସିଛି ସୌଭାଗ୍ଯ ଉଇଁଛି

ଦେବୀ ମା' ଆବିର୍ଭୂତା

ଧର୍ମସଂସ୍ଥାପନୀ ପବିତ୍ରକାରିଣୀ

ହିରଣ୍ମୟୀ ଜଗତ୍ଜିତା ।।

........

ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ ,ବଡବିଲ ।


Rate this content
Log in