STORYMIRROR

Dasarathi Sahu

Others

3  

Dasarathi Sahu

Others

ଶରତ ଆକାଶେ ସ୍ୱଚ୍ଛ ଜହ୍ନ ହସେ

ଶରତ ଆକାଶେ ସ୍ୱଚ୍ଛ ଜହ୍ନ ହସେ

1 min
6.2K


ଶରତ ସକାଳେ ସବୁଜିମା କୋଳେ

କାଶତଣ୍ତୀର କିମିଆଁ

ପାର୍ବଣ ମଉଜେ ପ୍ରକୃତି ପ୍ରାଚୁର୍ଯ୍ୟେ

ଉଙ୍କେ ଉନ୍ମାଦନା ନୂଆଁ

ନୂଆଁ ରଙ୍ଗ ମାଖି ସୁନ୍ଦରୀ ସୁମୁଖୀ

ସାଜି ଉଠେ ପଲ୍ଲୀ ଭୂଇଁ

ଚେତନ କି ଜଡ ସଭିଙ୍କୁ ନିବିଡ

ଆଲିଙ୍ଗନେ ବାନ୍ଧି ଦେଇ।

ଶରତ ଆକାଶେ ସ୍ବଚ୍ଛଜହ୍ନ ହସେ

ଭସା ବାଦଲର କୋଳେ

କୁମାରୀ କଣ୍ଠର ସଂଗୀତ ଲହର

ମଧୁର ଝଂକାର ତୋଳେ।

କୁଆଁରୀ ଆଖିରେ ନୂଆ ଭାବଭରେ

ସପନର ରଙ୍ଗ ମାଖି

କୁଆଁର ପୁନେଇ ଆଶାକୁ ରଙ୍ଗେଇ

ଚାନ୍ଦିନୀକୁ କରେ ସାକ୍ଷାୀ।


ଦାଶରଥି ସାହୁ

କଳମ୍ବ/ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍