STORYMIRROR

Biswanath Nayak

Others

4  

Biswanath Nayak

Others

ଶରଶଯ୍ୟା

ଶରଶଯ୍ୟା

1 min
256


ଶରଶଯ୍ୟାପରେ ଶୋଇ

ଭୀଷ୍ମ ପିତାମହ!

କରୁଛକି ଅତୀତର

ସ୍ମୃତି ରୋମନ୍ଥନ?

ନିଜର ପ୍ରତିଜ୍ଞା ଅବା

ଅମ୍ବା କନ୍ୟା ଶାପେ

ଭୋଗିବାକୁ ହେଉଅଛି

ଆଜି ଏ କଷଣ?

ନୁହେଁ ନିଜର ପ୍ରତିଜ୍ଞା

ନୁହେଁ ଏହା ଅମ୍ବା ଅଭିଶାପ,

ଏହାର କାରଣ ଅଟେ

କୃଷ୍ଣା ଅପମାନ। 

ନୁହେଁ ସେ କୃଷ୍ଣା

ସେ ଅଟେ କୁରୁକୁଳ ମାନ। 

ଭାରତର ପରମ୍ପରା

ନାରୀର ସମ୍ମାନ। 

ନିଜର ପ୍ରତିଜ୍ଞା ବଳେ

କରି କି ପାରିଲ ରକ୍ଷା

ନାରୀର ସମ୍ମାନ?

କାହିଁକି କୁରୁସଭାରେ

ମଥାପୋତି ବସିଲ ସେଦିନ?

ପ୍ରତିଜ୍ଞାର ଅର୍ଥ କଣ

ପ୍ରତିଜ୍ଞା ଆଢୁଆଳରେ ସହିଯିବା

 ଅନ୍ୟାୟ ଓ ନାରୀ ଅପମାନ?

ତୂମର ପ୍ରତିଜ୍ଞା ଯଦି

ରକ୍ଷା କରି ପାରିଥାନ୍ତା

ନାରୀର ସମ୍ମାନ,

ଆସିନଥାନ୍ତେ ଶ୍ରୀକୃଷ୍ଣ

କୃଷ୍ଣା ମାନ ରକ୍ଷା ପାଇଁ

ସାଥେ ଧରି କୋଟିଏ ବସନ। 

ନାରୀ ଅପମାନ ପାଇଁ

ଇତିହାସ କାହାରିକୁ

କ୍ଷମା ଦେଇନାହିଁ। 

ତେଣୁ ଇତିହାସ ଆଗେ

ତୁମେ ଏକ ପ୍ରଶ୍ନବାଚୀ

ସବୁଯୁଗ ପାଇଁ। 

ଗୋଟିଏ ଶରଶଯ୍ୟାରେ 

ତୁମର ଏହି ଯନ୍ତ୍ରଣା

ସରି ତ ଯିବନି। 

ଯଦି ଆସ ଆଉଥରେ

ହୋଇ ପିତାମହ,

ପ୍ରଶ୍ନବାଣେ ଇତିହାସ

ସଜାଇବ ତୁମ ପାଇଁ

ଆଉ ଏକ ଶରଶଯ୍ୟା,

ଯେଉଁଥିରୁ ଚାହିଁଲେବି

ତୁମେ ଜମା ମୁକ୍ତି ପାଇବନି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍