ଶରଣାଗତ ରକ୍ଷଣମ୍
ଶରଣାଗତ ରକ୍ଷଣମ୍
1 min
38
ଶରଣାଗତ ରକ୍ଷଣମ
ବିପଦରେ ଯେବେ ଧରା ଟଳମଳ ତୁମେ ହୁଅ ଅବତୀର୍ଣ୍ଣ
ପରମ ଦୟାଳୁ ଦୟାମୟ ହରି
ଆହେ ପ୍ରଭୂ ପରଂବ୍ରହ୍ମ
ଗର୍ବ ଗଞ୍ଜନ କରିଥିଲ ହରି
ପାତାଳ ଚାପିଲେ ବଳି
ଯେଉଁ ହାତେ ଦିନେ ଟେକିଥିଲେ
ପ୍ରଭୂ ଗିରି ଗୋବର୍ଦ୍ଧନ ଧାରୀ
ପାପ ଔିଦ୍ଧତ୍ୟକୁ ବି ନାଶିଲ ପ୍ରଭୂ
କଂସ,ଲଙ୍କେଶକୁ ମାରି
ଯୁଗେ ଯୁଗେ ପ୍ରଭୂ ବା ନା ଉଡାଉଛ
ଅଧର୍ମକୁ ନାଶ କରି
ବିଧ୍ବଂଶର ଦ୍ଵାର ଦେଶେ ପ୍ରଭୂ ତୁମ ସୃଷ୍ଟି
ଆଜି ଅବତୀର୍ଣ୍ଣ
ବଡ଼ ଦେଉଳରେ ନିସ୍ତବ୍ଧ ବସିଚ
ଆହେ ଶରଣ ରକ୍ଷଣ
କରୋ ନା ରାକ୍ଷସ ବିଶ୍ଵକୁ ଗିଳିଲା
କଂସ ରାବଣକୁ ଟପି
ରକ୍ଷା କର ପ୍ରଭୂ ହେ ବିଶ୍ଵ ନିୟନ୍ତା
ରକ୍ଷା କର ତୁମ ସୃଷ୍ଟି ।
