STORYMIRROR

rasmi maye pati

Others

3  

rasmi maye pati

Others

ଶରଣାଗତ ରକ୍ଷଣମ୍

ଶରଣାଗତ ରକ୍ଷଣମ୍

1 min
36

ଶରଣାଗତ ରକ୍ଷଣମ

ବିପଦରେ ଯେବେ ଧରା ଟଳମଳ ତୁମେ ହୁଅ ଅବତୀର୍ଣ୍ଣ

ପରମ ଦୟାଳୁ ଦୟାମୟ ହରି

ଆହେ ପ୍ରଭୂ ପରଂବ୍ରହ୍ମ 

ଗର୍ବ ଗଞ୍ଜନ କରିଥିଲ ହରି

ପାତାଳ ଚାପିଲେ ବଳି

ଯେଉଁ ହାତେ ଦିନେ ଟେକିଥିଲେ

ପ୍ରଭୂ ଗିରି ଗୋବର୍ଦ୍ଧନ ଧାରୀ

ପାପ ଔିଦ୍ଧତ୍ୟକୁ ବି ନାଶିଲ ପ୍ରଭୂ 

କଂସ,ଲଙ୍କେଶକୁ ମାରି

ଯୁଗେ ଯୁଗେ ପ୍ରଭୂ ବା ନା ଉଡାଉଛ

ଅଧର୍ମକୁ ନାଶ କରି

ବିଧ୍ବଂଶର ଦ୍ଵାର ଦେଶେ ପ୍ରଭୂ ତୁମ ସୃଷ୍ଟି 

ଆଜି ଅବତୀର୍ଣ୍ଣ

ବଡ଼ ଦେଉଳରେ ନିସ୍ତବ୍ଧ ବସିଚ 

ଆହେ ଶରଣ ରକ୍ଷଣ 

କରୋ ନା ରାକ୍ଷସ ବିଶ୍ଵକୁ ଗିଳିଲା

କଂସ ରାବଣକୁ ଟପି

ରକ୍ଷା କର ପ୍ରଭୂ ହେ ବିଶ୍ଵ ନିୟନ୍ତା 

ରକ୍ଷା କର ତୁମ ସୃଷ୍ଟି ।



Rate this content
Log in