ଶରଣ ପଶୁଛି
ଶରଣ ପଶୁଛି
1 min
145
ଶରଣ ପସଛି ପସୁଛି ଚରଣେ ତୁମର
କୃପା କଲ ଲକ୍ଷ୍ମୀପତି ,
ତୁମ ଆଦେଶରେ. ସବୁ ଆତ ଯାତ
ତୁମ ବିନୁ ନାହିଁ ମୁକ୍ତି ।
ନାନା ଫୁଲମାନ ରଙ୍ଗରେ ଭରିଛ
ଦେଇଛ ସୁବାସ ଭରି,
ଏ ନୀଳ ଆକାଶ କରିଅଛ ପ୍ରଭୂ
କରିଛ ଏ ବନ ଗିରି ।
ଘେନ ବାରେ ପ୍ରଭୂ. ମିନତୀ ମୋହର
ଆରତେ ଡାକୁଛି ମୁହିଁ,
ପ୍ରାଣ ଗଲା ବେଳେ ପାଦେ ସ୍ଥାନ ଦେବ
ନିରାଶ କରିବ ନାହିଁ।
