ଶୃଙ୍ଖଳିତ ଜୀବନ.
ଶୃଙ୍ଖଳିତ ଜୀବନ.
ଶୃଙ୍ଖଳିତ ଜୀବନ ଟିଏ ଜିଇବା
ଈଶ୍ୱରଙ୍କ ଆଶୀର୍ବାଦ
କଥା ବାର୍ତ୍ତା, ଆଚାର ଓ ବ୍ୟବହାର
ସବୁଠୁ ବଡ଼ ସମ୍ପଦ ।
ବିନମ୍ର, ସରଳ, ମିଷ୍ଟଭାଷୀ ହେଲେ
ସମସ୍ତେ ପାଇବେ ଭଲ
ଭଲ ବ୍ୟବହାର ପାଏ ଯେ ଆଦର
ସ୍ମରଣୀୟ ସବୁଦିନ ।
ବଡ଼ଙ୍କୁ ସମ୍ମାନ, ସାନଙ୍କୁ ଆଦର
କରିବ ହରଷ ମନେ
ନିଜ କର୍ମ ନିଜେ କରିବ ଆନନ୍ଦେ
ଶାନ୍ତି ପାଇବ ଜୀବନେ ।
ସତ୍ୟ, କହୁଥିଲେ , ବିପଦ ଆସିଲେ
କେବେହେଲେ ଡରିବନି
ଅସତ୍ୟ ଅନ୍ଧାର ହୋଇଯିବ ଦୂର
ଜଳିଲେ ସତ୍ୟର ବହ୍ନି ।
ପର ଉପକାର ଶ୍ରେଷ୍ଠ ବ୍ରତ କରି
କାଟୁଥିବ ଯେବେ ଦିନ
ପ୍ରଭୁ ଜଗନ୍ନାଥ ଙ୍କର ଆଶୀର୍ବାଦ
ଶୃଙ୍ଖଳିତ ଯେ ଜୀବନ।
ଆମରି ଜୀବନ ଆମେ ଯେ ବଞ୍ଚିବା
ଶୃଙ୍ଖଳିତ କାର୍ଯ୍ୟ କରି
ଭଲ ଆଚରଣ, ଆଉ ଉଚ୍ଚାରଣ
ଦେଖି ଶତ୍ରୁ ଯିବେ ଡରି ।
ଜୀବନେ ଆସିଲେ ଦୁଃଖ କିବା ଝଡ଼
ଭାଙ୍ଗିପଡିବନି କେବେ
ପରିସ୍ଥିତି, ପରିବେଶ, ଦେଖି ଚାହିଁ
ଚାଲିବ ବାଟ ସଗର୍ବେ ।
କାହାରିକୁ ଇର୍ଷା, ହିଂସା କରିବନି
କହୁଥିବ ଦିବ୍ୟ ବାଣୀ
ଅନ୍ୟ ଅମଙ୍ଗଳ ଚିନ୍ତାକଲେ ମନେ
ଦୁଃଖ କୁଆଣିବ ଟାଣି ।
ପରମ ପିତାଙ୍କ ଆଶୀର୍ବାଦ ପାଇ
ପାଇ ଛ ମନୁଷ୍ୟ ଜନ୍ମ
ଲକ୍ଷ୍ୟପଥେ ରହି ଭଲ କାମରେ
ହେବ ଶୃଙ୍ଖଳିତ ଜୀବନ ।
ସତ୍ୟ, ଶାନ୍ତି, ଦୟା, କ୍ଷମା , ଆଚରିଲେ
ଜୀବନ ହୋଇବ ଧନ୍ୟ
ପର ଉପକାର, ବିନୟ ବଚନ
ଶୃଙ୍ଖଳିତ ର ଜୀବନ ।
