STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
134

ମୁଁ ଅଧାରୁ ପାଠ ଛାଡି଼ଥିବା ଛାତ୍ର।


ବାପାଙ୍କ ଅକାଳ ବିୟୋଗ ପରେ

ଅନ୍ଧକାର ମୋ ଦଶଦିଶ

ମାଆ ଯିଏ ଘରର ଚାରିକାନ୍ଥ ଭିତରେ ସାଇତା

ଅଣ୍ଟା ଭିଡି଼ଲା ଆମର ଭରଣ ପୋଷଣ ସକାଶେ।


ଆମେ ତିନି ଭାଇ ଓ ଭଉଣୀ

ମୁଁ ବଡ଼ ପୁଅ ତାଙ୍କର

କେମିତି ଦେଖିବି କୁହ

ମାଆର ଆଖିରେ ଅନନ୍ତ ଲୁହକୁ?


ମୁଁ ଚିରିଦେଇ ଫିଙ୍ଗିଦେଲି ପାଠବହି

ମାଆ ଦେଖିକି ଅସରାଏ ଲୁହ ଢାଳିଦେଲେ

କୁଢେ଼ଇ ଆଣି କହିଲେ ଧନରେ

ଏ ତୁ କଣ କଲୁ 

ଯିଏ ମଣିଷର ଶ୍ରେଷ୍ଠ ଧନ ତାକୁ...?


ଲୁହ ପୋଛି ଦେଇ କହିଲି

ମାଆ ତୋର ଦୁଃଖ ଅସହ୍ୟ

ଏ ଡହଡ଼ହ ଖରାରେ ତୁ କେମିତି 

ପର ଘରେ କାମ କରିବୁ ଯେ..?


ଦେଖ !

ମୁଁ ସଜେଇ ହେଲିଣି ନିଜକୁ

ଗୋଟେ ଶ୍ରମିକର ଜୀବନ

ଗୋଟେ ଦାଦନ ପାଇଁ ଯିବାକୁ ହେବ

କେଉଁ ଦୂର ରାଜ୍ୟକୁ

ତୋ ମୁଖରେ ମୁଠାଏ ହସ ଫୁଟିବାକୁ। 


ଆଜି ତ ଶ୍ରମିକ ଦିବସ

ତାଙ୍କୁ କୋଟିଏ ପ୍ରଣାମ ଆଉ ଧନ୍ୟବାଦ

ଯିଏ ଠିକ ସମୟରେ ଦାଉଦାଉ ହୋଇ 

ଠିଆ ହେଲେ ମୋହରି ଆଗରେ।


କୋଟି ଆଶୀର୍ବାଦ ମାଗିଲି 

ଆଉ ଶ୍ରମିକଟିଏ ହୋଇ ଚାଲିଲି ସେଠିକି 

ଯେଉଁଠି ମୁଠାଏ ଖାଇବାକୁ ମିଳିବ

ବଞ୍ଚି ରହିବାକୁ ଓ ବାକିତକ ସମୟ କଟେଇବାକୁ।

      



Rate this content
Log in