ଶ୍ରମିକ ଦିବସ
ଶ୍ରମିକ ଦିବସ
1 min
172
ମୁଣ୍ତର ଝାଳକୁ ତୁଣ୍ତରେ ମାରି ସେ
କରି ଚାଲିଛନ୍ତି କାମ
ସାରା ସଂସାରକୁ ବାଣ୍ଟୁଛନ୍ତି ସୁଖ
କରି ସିଏ ଶ୍ରମ ଦାନ ।
ତାଙ୍କରି ତ୍ଯାଗକୁ ମନେ ପକେଇକି
ଆଜି ଏ ଶ୍ରମିକ ଦିବସ
ଢାଳି ଦେବା ସ୍ନେହ ଶ୍ରଦ୍ଧା ସବୁ ପ୍ରେମ
ପ୍ରଭୁଙ୍କୁ ମାଗି ଆଶିଷ ।
ଭାରତ ବର୍ଷର ହେ ଶ୍ରମିକ ଗଣ
ଘେନ ହେ ଅଭିନନ୍ଦନ
ସାରା ସଂସାରରେ ରହୁ କୀର୍ତ୍ତି ଯଶ
ବଢୁ ତୁମ ସ୍ବାଭିମାନ।
