STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
365


ଶ୍ରମିକଟିଏ ମୁଁ ଶ୍ରମିକଟିଏ

କାମ ନ କଲେ କି ବଞ୍ଚିବା ହୁଏ।୧

ବୟସ ଏଗାର ମାତର ମୋର

ବୋହୁଛି ମୁଣ୍ଡରେ ଇଟା ଭାଟିର।୨

କିଏ ଖାଉଅଛି କ୍ଷୀରି ଓ ପୁରି

ମୁହିଁ ପିଉଅଛି ଲୋତକ କୋରି।୩

ଖାଇବା ନ ପାଇ ଭୋକ ଉପାସେ

ଯେମିତି ପାହାଡ଼ ମୁଣ୍ଡରେ ଖସେ।୪

ଆଜି ମୁଁ ଗରବ ଶ୍ରମିକ ବୋଲି

ଚାଉଳ ପକାଏ ଜଳାଇ ଚୁଲି।୫

ପ୍ରଶାସକ ଆଉ ହେ ରାଜନେତା

ମୋର କରମରେ ସଚେତନତା।୬

କଅଣ କରିବ ଆସ ମୋ ପାଖେ

ଦୁଃଖର ପାହାଡ଼ ଯାହା ମୁଁ ଦେଖେ।୭

ଚୁଲିକୁ ଯାଉ ସେ ଅଧିକାରଟା

ଶିଶୁ ଶ୍ରମିକର ନୀତି ବୋଝଟା।୮

ଧନ୍ଯ ଆଜିକାଲି ଶ୍ରମିକ ବୋଲି

ଅନ୍ତର କଥାକୁ କହିଲି ଖୋଲି।୯

ଲୁହ ଗଡୁପଛେ ବଞ୍ଚୁଛି ଭାଇ

ଅଧିକାର ଯିଏ ଥାଉ ବିଛେଇ।୧୦

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍