Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Durjyodhan Barik

Others

4  

Durjyodhan Barik

Others

ଶ୍ରମିକ ଦିବସ

ଶ୍ରମିକ ଦିବସ

1 min
269


    


ଶ୍ରମିକ ଦିବସେ ସନ୍ଦେଶ ଜଣାଏ

ଘେନ ଯଥା ମାନ୍ୟ ମୋର,

ଫଳ ଚାହଁ ନାହିଁ କର୍ମ କରି ଚାଲ,

ଏ ବାଣୀ ଶ୍ରୀକୃଷ୍ଣଙ୍କର ।


ସକାଳରୁ ସଂଧ୍ୟା କର୍ମ କରି ଚାଲ

ସମାଜର ସେବା ପାଇଁ,

ଆଳସ୍ୟ ନକରି କର୍ମଠ ହୁଅରେ

ପ୍ରଗତିର ବ୍ରତୀ ହୋଇ ।


ଭିନ୍ନ ଭିନ୍ନ କର୍ମ ଯେତେ ସବୁ ଅଛି

 ନୁହେଁ ଛୋଟ ବଡ଼ କେହି

ଯେଉଁ କର୍ମ ହେଉ ତା ସ୍ଥାନରେ ବଡ଼

ବିଜ୍ଞ ଜନେ ଛନ୍ତି କହି ।


ଶ୍ରମିକ ହୋଇଣ କୃଷି କର୍ମ କର

ଖାଦ୍ୟର ଯୋଗାଣ ପାଇଁ,

ତୋଳ କୋଠା ବାଡ଼ି କର ରାସ୍ତା ଘାଟ

ନିର୍ମାଣ ଶ୍ରମିକ ହୋଇ ।


କର୍ମ କରିଚାଲ ସତ୍ୟ ପଥେ ରହି

ଈଶ୍ୱର ହୋଇବେ ସାହା

କର୍ମ କରୁ କରୁ ଅବାଟରେ ଗଲେ

ବିଭୁ ଦେଖାଇବେ ରାହା ।


ଅଳସୁଆ ନୋହି କର୍ମଠ ହୋଇବ

ମାନବ ସେବାର ପାଇଁ

କର୍ମଠ ଜୀବନ ଅଟେ ଭାଗ୍ୟବାନ

ଧନ୍ୟ ତା ଜୀବନ ହୋଇ ।


ମନୁଷ୍ୟ ଜୀବନ କର୍ମରେ ବିଶ୍ୱାସ 

    କହେ ଗୀତା ଭାଗବତ

କରହେ ସାର୍ଥକ ନିଜର ଜୀବନ

   କରି କର୍ମ ସେବା ବ୍ରତ ।  



    



Rate this content
Log in