STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Others

ଶ୍ରମ ମୋର ପୂଜା

ଶ୍ରମ ମୋର ପୂଜା

1 min
209


ମୋ କାଳିଆ ରଜାରେ... ମୋ କାଳିଆ ରଜା

ତୁ ମାଧବରେ ମୁଁ ମାନବ ତୋ ପରଜା,

ତୋ ରତନ ବେଦୀ ଯତନେ ହୋଇଛି ସଜା

ସେବାରେ ତୋର ଶ୍ରମ ମୋର ପୂଜା...।

ଦେଇଛୁ ଜନମ ...କରୁଛି କରମ

ଏ ତୋ ଧରାଧାମ...ରୂପେ ଅନୁପମ,

କରିବାକୁ ଶ୍ରମ...ହେଉ ମୋ ଧରମ

ଦେହେ ମୋ ଶକତି ଭରି ଦେ ରେ ଅସୀମ।

ମୋ କାଳିଆ ରଜାରେ....

ଏ ଜୀବନଟା ମୋ... ଫୋଟକାର ସମ

ମିଛ ମୋର ନାମ...ଗତି ଅବିରାମ,

ତୋ ପାଦେ ବିଶ୍ରାମ...ମାଗେ ଏ ଅଧମ

କରୁଣା କର ତୁ ରେ ମୋର ଘନଶ୍ୟାମ।

ମୋ କାଳିଆ ରଜାରେ...

ଜଞ୍ଜାଳଭରା ଜଗତେ...ସାହା ହ ରେ ମୋତେ

ଦୁଃଖ ହେବ ଯେତେ...କହିବିରେ ତୋତେ,

ଧରି ତୋର ହାତେ... ଚାଲିବି ସହିତେ

ଭରସା ମୋର ହୋଇଥିବୁ ଅବିରତେ।

ମୋ କାଳିଆ ରଜାରେ...

ତୁ ମୋ ଜଗନ୍ନାଥ... ନୟନର ପଥ

ମୋର ମନୋରଥ...ତୁ ମୋର ଶପଥ,

ନେବୁନି ବିପଥ... ହୋଇ ମୋର ନାଥ

ଶ୍ରମ ମୋ ପୂଜା ହେବ ଧରମ ତିରିଥ।

ମୋ କାଳିଆ ରଜାରେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍