STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶ୍ରୀରାମ

ଶ୍ରୀରାମ

1 min
178


ଜନମ କାଳରୁ ଅଯୋଧ୍ଯା ରାଇଜ

ହସିଲା ଆନନ୍ଦ ମନେ

ସେନେହ ଶରଧା ଭକତି ଭାବରେ

ରଖିଥିଲା ସଦା ଧ୍ଯାନେ।୧

ବାପା ଓ ମାଆଙ୍କୁ ଭକତି ଅନ୍ତରେ

ଶ୍ରେଷ୍ଠତା ହୃଦୟେ ଦେଖି

ଶୟନେ ସପନେ ସନ୍ତୋଷ ଥାପିଲା

କରିଥିଲା ସଦା ସୁଖି।୨

ଅଳପ କାଳରୁ ସତ୍ଯ ଆଉ ଶାନ୍ତି

ଅଯୋଧ୍ଯାକୁ ଆଣି ଦେଲା

ଅରାଜକତା ଯା' ରାଜ୍ଯ ଭୋଗୁଥିଲା

ଦମନ ସ୍ବହସ୍ତେ କଲା।୩

ସାଧୁ ସନ୍ନ୍ଯାସୀଙ୍କୁ ଯୋଗ ଆଉ ତପ

ଯଜ୍ଞ ଅନୁଷ୍ଠାନ ପାଇଁ

ସୁରକ୍ଷା ସହିତ ଅସୁର ରାଜୁତି 

ଆଣିଲା ସଦା ଛଡେ଼ଇ।୪

ଅସୁରଙ୍କ କାଳ ସାଜିଲେ ଦିନଠୁ

ଛାଡି଼ ପଳେଇଲେ କାହିଁ

ଜଣେ ନ ରହିଲେ ଆଖ ଓ ପାଖରେ

ଭୟରେ କାତର ହୋଇ।୫

ଯୁଝୁଥିଲେ ଯିଏ ଶ୍ରୀରାମ ସହିତ

ନିଧନ ହୋଇଲେ ଜାଣ 

ଶ୍ରୀରାମଙ୍କ ଲକ୍ଷ୍ଯ ଅଯୋଧ୍ଯା ବାସୀଙ୍କୁ

ସନ୍ତୋଷେ ରଖିବା ପଣ।୬

ଶ୍ରୀରାମଙ୍କ ପରି ପୁରୁଷ ଉତ୍ତମ 

ଆଉ କିଏ ସଂସାରରେ

ଜନମ ହୋଇଛି ଇତିହାସେ ଲେଖା

ପଢି଼ଛ କି କେହି ବାରେ?୭

ଭାରି ନିରିମାୟା ହୃଦୟ ଭିତର

ଦେଇନି କାହାକୁ ଦୁଃଖ

ତିନି ମାଆଙ୍କର ଅତି ଆପଣାର

ଭାଇଙ୍କୁ ଦେଇଛି ସୁଖ।୮

ଜଗତ କଲ୍ଯାଣ ବାଣ୍ଟିବା ପାଇଁକି

ଅବତରୀ ଥିଲେ ସିଏ

ବାଳୁତ କାଳରୁ ସାରା ଅଯୋଧ୍ଯାକୁ

ଭଲ ପାଇଥିଲେ ଯିଏ।୯

ଧନ୍ଯ ହେ ଶ୍ରୀରାମ ଘେନନ୍ତୁ ପ୍ରଣାମ

ଆସ ଅବତରୀ ପୁଣି

ଏ ଭାରତବାସୀ ତୁମର ସ୍ବରୂପ

ସଦା ହେଉଅଛି ଗୁଣି।୧୦

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍