STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶ୍ରୀରାମ

ଶ୍ରୀରାମ

1 min
413

ରାମଙ୍କ ଜନମ ଅଯୋଧ୍ଯାରେ ହେଲା

ସନ୍ତୋଷ ସମୃଦ୍ଧ ପାଇଁ 

ଜନମ ସମୟେ ଉଦ୍ଭିଦ ଓ ପ୍ରାଣୀ

ଆସିଲେ ଆନନ୍ଦେ ଧାଇଁ।


ତନମୟ ହୋଇ ଦେଖିଲେ ଖୁସିରେ

ଆପେ ଯୋଡି଼ ହେଲା ହାତ

ଦେଖୁଦେଖୁ ତାଙ୍କ ପେଟ ପୂରିଗଲା

ନ ଖାଇକି ମୁଠେ ଭାତ।


ନର ପଶୁ ପକ୍ଷୀ ଉଦ୍ଭିଦ ଜଗତ

ନୀରବ ହୋଇଲା ଧିରେ

ପରସ୍ପର ମଧ୍ଯେ କଥୋପକଥନ 

ଆସିଲେ ଏ ଦରବାରେ।


ଦୁଃଖ ଓ ଯାତନା ଦୂର ହୋଇଯିବ

ସଂସାର ହସିବ ଏବେ

ଅରାଜକତାକୁ ନାଶିବେ ନିଶ୍ଚୟ

ସାକ୍ଷାତ ଠାକୁର ଭବେ।


ଯେତେକ ଅସୁର ଉତପାତ ଆଜି

କରୁଥିଲେ ଅଯୋଦ୍ଧାରେ

ମୃତ୍ଯୁର ସୁଆଦ ଅବଶ୍ଯ ଚାଖିବେ

ଆଜିକାଲି ନିରନ୍ତର।


ଜଗତ କରତା ସ୍ବୟଂ ଉଭା ପାଇଁ

ବାଜିଲା ଭେରୀ ଓ ତୂରୀ

ନାଚିଲେ ଗାଇଲେ ସକଳ ଅଯୋଦ୍ଧା

ଆକାଶୁ ବରଷା ଝରି।


କୃତାର୍ଥ ସଭିଏଁ ବିଶ୍ବ ଦରବାର

ସରଗୁ ଓହ୍ଲାଇ ଦେବ

ଦେବୀଙ୍କର ମଧ୍ଯ ପଦ ବନ୍ଦନାରେ

ନିମଗ୍ନରେ ମନୋଭାବ।


ସରଗ ସୁଷମା ଆନ୍ଦୋଳିତ ହେଲା

ଜନମ ଶ୍ରୀରାମ ପାଇଁ

ସୂର୍ଯ୍ଯ ଚନ୍ଦ୍ର ତାରା ଗ୍ରହ ଓ ନକ୍ଷତ୍ର 

ଆକାଶୁ ଦେଖିଲେ ଚାହିଁ।


ଭାବ ବିହ୍ବଳରେ ରାଜା ଦଶରଥ

କଉଶଲ୍ଯା ପ୍ରିୟତମା

ଲୁହ ଝରେଇଲେ ଆନନ୍ଦ ମନରେ

ନ ରଖି ହୃଦେ କାଳିମା ।


Rate this content
Log in