STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶ୍ରୀରାମ

ଶ୍ରୀରାମ

1 min
142

ଦୁଃଖର ନଈରେ ନିଇତି ଗୋଧୋଇ

ପଡୁଥିଲେ ଦଶରଥ

ସନ୍ତାନ ପାଇଁକି ଅଦମ୍ଯ ଲାଳସା

ଦେହମନ ଭଗ୍ନୋରଥ।୧

ଧରମ ପଥରେ ଚାଲୁଥିଲେ ମଧ୍ଯ 

ଈଶ୍ବର ନିଷ୍ଠୁର ଥିଲେ

ତିନୋଟି ଝିଅର ହାତ ଧରିଲେ ବି

କୋଳଶୂନ୍ଯ ହୋଇଥିଲେ।୨

କେତେ ଦେବାଦେବୀ ଯଜ୍ଞ ପୂଜାପାଠ

ସବୁ ହିଁ ବିଫଳ ଥିଲା

ବୁଢା଼ ବୟସରେ ମୃଗର ସନ୍ଧାନେ

ଯାଇ ପାପଟିଏ ହେଲା।୩

ମୃଗଟିଏ ଭାବି ଶଦ୍ଦଭେଦୀ ତୀର

ଛାଡି଼ଲେ ତକ୍ଷଣେ ଯେବେ

ଅବ୍ଯର୍ଥ ନୋହିଲା ବାଣଟି ତାଙ୍କର

ଶ୍ରବଣ ଚିତ୍କାର ଭବେ।୪

ଯାଇ କି ଦେଖିଲେ ମୃଗ ବଦଳରେ

ମଣିଷ ବାଳକ ଏବେ

ଭୟୟଙ୍କର ହୃଦ କମ୍ପନ କରିଲା

ଭୂକମ୍ପ ଯେମିତି ଭବେ।୫

କି'କଲି କି'କଲି ବିଚଳିତ ମନେ

ଆକୁଳେ କୁଣ୍ଢାଇ ଧରି

ଆଖିରୁ ତାଙ୍କର ବରଷା ସଦୃଶ

ଲୋତକ ପଡି଼ଲା ଝରି।୬

ମୁଣ୍ଡ ପିଟିଦେଲେ ଭାଗ୍ଯକୁ ନିନ୍ଦିକି

ପଶ୍ଚାତାପ ମନେ ବହି

କାହିଁକି ନିର୍ଦ୍ଦୟ ତାର ପ୍ରତି ହେଲା

ଲେଖିଲେ କପାଳେ ବିହି।୭

କୋଳରେ ବସାଇ ପରିଚୟ ମାଗି

କହିଲେ ବାପାରେ ତୁମେ

କାହାର କୁମର ବାପା ମାଆ କିଏ

ସଂଙ୍କୋଚେ କୁହ ତ ନାମେ।୮

ଯାଇକି ତକ୍ଷଣେ କ୍ଷମାଭିକ୍ଷା କରି

ସେବାରେ ଲାଗିବି ତାଙ୍କ

କୁହ ଯଥାଶୀଘ୍ର ଅଯୋଦ୍ଧା ରାଜାଙ୍କୁ

ଯେ'ଅଟେ ସନ୍ତାନ ରଙ୍କ।୯

ବଡ଼ ବ୍ଯାକୁଳିତ ହୃଦୟ ମନଟି

ରାଜାଙ୍କର ହେଉଥିଲା

କଥନ ଶୁଣିକି ହୋସ ଉଡି଼ଗଲା

ଶ୍ରବଣ ଯେବେ କହିଲା।୧୦

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍